ବାଙ୍କୀ (ସଂଜିପ ନାୟକ): ଗଛ କଟାକୁ କେନ୍ଦ୍ରକରି ଦୁଇଟି ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତା ଗାଁରେ।
ମିଳିଥିବା ସୂଚନା ଅନୁଯାୟୀ, ଉଭୟ ପରିବାର ମଧ୍ୟରେ ସମ୍ପତ୍ତି ଓ ଜମିବାଡ଼ିକୁ ନେଇ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ସେମାନଙ୍କ ମଧ୍ୟରେ ଗଛ କଟାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଗୋଟିଏ ପରିବାରର ସଦସ୍ୟ ଅନ୍ୟ ପରିବାରର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ।
ତିନି ଆହତଙ୍କ ମଧ୍ୟରୁ ରତ୍ନାକର ମହାରାଣା ଓ ଅନ୍ୟ ଜଣେ ସଦସ୍ୟଙ୍କୁ ବାଙ୍କୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପ୍ରହ୍ଲାଦ ମହାରାଣାଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନଥିବା ସୁଚନା ମିଳିଛି।
The post ଗଛ କଟାକୁ ନେଇ ଆକ୍ରମଣ, ୨ ଆହତ ଓ ଜଣେ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3f2VH27
No comments:
Post a Comment