ଶୋ’ରେ ଚାଲିଲା ‘ରୋମାଣ୍ଟିକ୍‌ ରେପ୍‌ ସିନ୍‌’ ଉପରେ ଗପ: ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଏହି ଦୁଇ କଳାକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ଶୋ’ରେ ଚାଲିଲା ‘ରୋମାଣ୍ଟିକ୍‌ ରେପ୍‌ ସିନ୍‌’ ଉପରେ ଗପ: ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଏହି ଦୁଇ କଳାକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ଘରୋଇ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଏକ ଚାଟ୍‌ ଶୋ’ର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ଅଭିନେତ୍ରୀ ପୁପୁଲ୍‌ ଭୂୟାଁ ଏବଂ ଟେଲି ଅଭିନେତା ସୁଜିତ୍‌ ପାଇକରାୟ।

ଭିଡିଓରେ ଦେଖିବାକୁ ମିଳିଛି ଯେ ପୁପୁଲ୍‌ ସୁଜିତ୍‌ଙ୍କୁ ରୋମାଣ୍ଟିକ୍‌ ସିନ୍‌ ବା ରେପ୍‌ ସିନ୍‌ ମଧ୍ୟରୁ କେଉଁଟା କରିବେ ବୋଲି ପ୍ରଶ୍ନ କରୁଛନ୍ତି। ଏହାର ଉତ୍ତରରେ ସୁଜିତ୍ କହିଛନ୍ତି ଯେ ସେ ସବୁବେଳେ ହିରୋ ହେବା ପାଇଁ ଚାହୁଁଥିଲେ। ଏହା ଶୁଣି ପୁପୁଲ୍ କହିଛନ୍ତି,‌ ତା’ହେଲେ ତମେ ଏକ ‘ରୋମାଣ୍ଟିକ୍‌ ରେପ୍‌ ସିନ୍’‌ କରିବାକୁ ଚାହଁ। ସାଧାରଣ ଭିଲେନ୍‌ଙ୍କ‌ ପରି ତୁମେ ରେପ୍‌ ସିନ୍‌ କରିବାକୁ ବୋଧେ ତୁମେ ଚାହଁନି।

ଏହାର ଉତ୍ତରରେ ସୁଜିତ୍ କହିଛନ୍ତି, ରେପ୍‌ ସିନ୍‌ କେବେ ବି ରୋମାଣ୍ଟିକ୍‌ ହେଇ ପାରିବ ନାହିଁ। ଜଣଙ୍କୁ ରେପ୍‌ କରିବାକୁ ଗଲାବେଳେ କେମିତି ରୋମାଣ୍ଟିକ୍‌ ହୋଇପାରିବି। ରୋମାନ୍ସ ଦୁଇଜଣଙ୍କ ପଟୁ ହୁଏ। ତେଣୁ ରେପ୍‌ କେବେ ରୋମାଣ୍ଟିକ୍‌ ହେଇ ପାରିବନି।

ତେବେ ସୁଜିତ୍‌ଙ୍କୁ ଆହୁରି ବୁଝେଇବାକୁ ଯାଇ ପୁପୁଲ୍‌ କହିଛନ୍ତି, ତୁମଙ୍କୁ ଗୋଟେ ସିନ୍‌ରେ ରେପିଷ୍ଟ ଭୂମିକାରେ ଅଭିନୟ କରିବାର ଅଛି। କିନ୍ତୁ ରେପ୍‌ କରିବା ସମୟରେ ତୁମେ ଭିତରୁ ରୋମାନ୍ସ ଅନୁଭବ କରୁଛ। ତେବେ ସେଇଟା ରୋମାଣ୍ଟିକ୍‌ ରେପ୍‌ ସିନ୍‌ ପରି ହେଇପାରିବ। ଏହା ପରେ ସୁଜିତ୍ କହିଛନ୍ତି ଯେ‌ ଜଣେ ଅଭିନେତା ହିସାବରେ କେହି ନିର୍ଦ୍ଦେଶକ ତାଙ୍କୁ ରୋମାଣ୍ଟିକ୍‌ ରେପ୍‌ ସିନ୍ ଦେଲେ ସେ ଖୁସି ହେବେ।

ଏହି ଭିଡିଓଟି ୯ମାସ ତଳର ହୋଇଥିବା ବେଳେ ଏବେ ଏହା ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ଫେସ୍‌ବୁକ୍‌ ବ୍ୟବହାରକାରୀ ଏହି ଭିଡିଓକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କିଛି ଲୋକ ଏଥିପାଇଁ ଚ୍ୟାନେଲ୍‌ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି।

ଆଉ କିଛି ଲୋକ ସୋଶାଲ୍‌ ମିଡିଆରେ ଏହି ଭିଡିଓ ଶେଆର କରି କଳାକର ମାନଙ୍କର ବୁଦ୍ଧି ନଥାଏ, କେବଳ ଟିଆରପି ପାଇଁ ସେମାନେ ଏମିତି ଶସ୍ତା କଥା ହୋଇପାରନ୍ତି ବୋଲି ଲେଖିଛନ୍ତି।

 

The post ଶୋ’ରେ ଚାଲିଲା ‘ରୋମାଣ୍ଟିକ୍‌ ରେପ୍‌ ସିନ୍‌’ ଉପରେ ଗପ: ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଏହି ଦୁଇ କଳାକାର appeared first on Odisha Reporter.



from Odisha Reporter https://ift.tt/2BHAMU3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages