‘ୟୁମିଫେନୋଭିର୍’ ଔଷଧକୁ ନେଇ ଗବେଷଣା କରୁଛନ୍ତି ଓଡ଼ିଆ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 18, 2020

‘ୟୁମିଫେନୋଭିର୍’ ଔଷଧକୁ ନେଇ ଗବେଷଣା କରୁଛନ୍ତି ଓଡ଼ିଆ ପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱଳ୍ପ ବା ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଫ୍ଲୁ ଔଷଧ ‘ୟୁମିଫେନୋଭିର୍’ କେତେ ଫଳପ୍ରଦ ହେଉଛି, ତା’ ଉପରେ ଜାପାନରେ ରହି ଜଣେ ଓଡ଼ିଆ ପୁଅ ଗବେଷଣା କରୁଛନ୍ତି। ସେ ହେଉଛନ୍ତି ରାୟଗଡ଼ାର ଯୁବ ବୈଜ୍ଞାନିକ ଆଦିତ୍ୟ କୁମାର ପାଢ଼ୀ।

ଏହି ଆଣ୍ଟି-ଭାଇରାଲ୍ ଡ୍ରଗର କିଛି ରାସାୟନିକ ବୈଶିଷ୍ଟ୍ୟ କରୋନା ଭୂତାଣୁକୁ ନଷ୍ଟ କରିବାରେ ସକ୍ଷମ ବୋଲି ଗବେଷକମାନେ ଆଶା କରୁଛନ୍ତି।  ଚୀନରେ କରୋନା ଚିକିତ୍ସା ପାଇଁ ୟୁମିଫେନୋଭିର୍ ବ୍ୟବହୃତ ହେଉଛି। ତେବେ ଭାରତରେ ଏହାର କ୍ଲିନିକାଲ୍ ଟ୍ରାଏଲ୍ ଜାରି ରହିଛି। ଅନ୍ୟପକ୍ଷରେ ରାୟଗଡ଼ାର ଯୁବ ବୈଜ୍ଞାନିକ ଆଦିତ୍ୟ କୁମାର ପାଢ଼ୀ, ଭୁବନେଶ୍ୱର ନାଇଜର ଛାତ୍ର ଅନିରୁଦ୍ଧ ସିଲ୍ ଏବଂ ସିଲଂ ନର୍ଥ ଇଷ୍ଟର୍ଣ୍ଣ ହିଲ୍ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ୍ ପ୍ରଫେସର ତିମିର ତ୍ରିପାଠୀ ୟୁମିଫେନୋଭିର୍ ଉପରେ ଗବେଷଣା କରୁଛନ୍ତି। ଏହି ଗବେଷଣାର ନେତୃତ୍ୱ ନେଇଥିବା ଆଦିତ୍ୟ କୁମାର ପାଢ଼ୀ ଏବେ ଜାପାନର ରିକେନ୍ ଗବେଷଣା ପ୍ରତିଷ୍ଠାନରେ ରିସର୍ଚ୍ଚ କରୁଛନ୍ତି। ସେ  ବିପିୟୁଟିରୁ ବିଟେକ୍ ପରେ ଆଇଆଇଟି ଦିଲ୍ଲୀରେ ପିଏଚଡି ହାସଲ କରିଥିଲେ।

The post ‘ୟୁମିଫେନୋଭିର୍’ ଔଷଧକୁ ନେଇ ଗବେଷଣା କରୁଛନ୍ତି ଓଡ଼ିଆ ପୁଅ appeared first on Odisha Reporter.



from Odisha Reporter https://ift.tt/39at6FZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages