ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ହ଼ସ୍ପିଟାଲର ମ୍ୟାନେଜରଙ୍କ ସହ ଜଣେ ଫାର୍ମସିଷ୍ଟଙ୍କୁ ଅଟକ ରଖିଛି।
ଏହି ଦୁଇ ଜଣ ମୋବାଇଲରେ ଅଶାଳୀନ ମେସେଜ ପଠାଉଥିବା ନେଇ ନର୍ସ ଜଣଙ୍କ ଗତକାଲି ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ସେମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
ଅନ୍ୟପକ୍ଷରେ ଛୁଟି ନଦେବାରୁ ସଂପୃକ୍ତ ନର୍ସ ମିଛ ଅଭିଯୋଗ କରିଥିବା କୋଭିଡ୍ ହସ୍ପିଟାଲ ମ୍ୟାନେଜର ପାଲଟା ଅଭିଯୋଗ କରିଛନ୍ତି।
The post କୋଭିଡ୍ ହସ୍ପିଟାଲ୍ ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ୨ ଅଟକ appeared first on Odisha Reporter.
from Odisha Reporter https://ift.tt/39bW4p8
No comments:
Post a Comment