ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କରୋନା ମହମାରୀ ଯୋଗୁ ସ୍ଥଗିତ ରହିଥିବା ଆଇପିଏଲର ୧୩ତମ ସଂସ୍କରରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆଇସିସି ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବା ପରେ ବିସିସିଆଇ ଏବେ ସେହି ସମୟରେ ଆଇପିଏଲ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ ଆରମ୍ଭ ହେବ। ତେବେ ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ବିସିସିଆଇ ଏହାକୁ ୟୁଏଇରେ ଆୟୋଜନ କରିବ। ୨୦୦୯ ଓ ୨୦୧୪ ପରେ ତୃତୀୟ ଥର ପାଇଁ ଭାରତର ସବୁଠାରୁ ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟ ବିଦେଶରେ ଆୟୋଜନ ହେବାକୁ ଯାଉଛି।

ଚଳିତ ବର୍ଷର ଆଇପିଏଲର ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁ ଥିବା ବେଳ ନଭେମ୍ବର ୮ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏନେଇ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ବୈଠକ ଆସନ୍ତା ସପ୍ତାହରେ ବସିବ। ଏହାପରେ ବିଧିବଦ୍ଧ ଭାବେ ମ୍ୟାଚ୍‌ ସୂଚୀ ଓ ତାରିଖ ଘୋଷଣା କରାଯିବ।

ଏହି ବୈଠକ ପୂର୍ବରୁ ବିସିସିଆଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ବିଦେଶ ଯିବାକୁ ଚାହୁଁଥିବାରୁ ଭାରତ ସରକାରଙ୍କ ଅନୁମତି ମଧ୍ୟ ନେବ। ଇତି ମଧ୍ୟରେ ବିସିସିଆଇ ଅନୁମତି ପାଇଁ ଆବେଦନ ମଧ୍ୟ କରିସାରିଛି। ଭାରତ ସରକାର ମଧ୍ୟ ପରୋକ୍ଷରେ ବିସିସିଆଇକୁ ଗ୍ରୀନ ସିଗ୍ନାଲ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଜଣେ ବିସିସିଆଇ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ସେପ୍ଟେମ୍ବର ୧୯ ହେଉଛି ଶନିବାର। ଏହି ତାରିଖରେ ହିଁ ଦୁବାଇରେ ଆଇପିଏଲର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ। ନଭେମ୍ବର ୮ ହେଉଛି ରବିବାର। ତେଣୁ ରବିବାର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଦୀର୍ଘ ୫୧ ଦିନ ଧରି ଚାଲିବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆଇପିଏଲରେ ଭାଗ ନେଉଥିବା ଟିମ୍‌ ଓନର, ବ୍ରଡକାଷ୍ଟର ଓ ଅନ୍ୟାନ୍ୟ ଅଂଶୀଦାରଙ୍କୁ ସୁହାଇଲା ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ସେପ୍ଟେମ୍ବର ୧୯ରେ ଆଇପିଏଲ ଆରମ୍ଭ ହେବାକୁ ଥିବାରୁ ଅଗଷ୍ଟ ୨୦ରୁ ହିଁ ବିଭିନ୍ନ ଟିମ୍‌ର ସଦସ୍ୟ ୟୁଏଇ ଗସ୍ତ କରିବେ। ଏହାଦ୍ୱାରା ସେମାନଙ୍କୁ ଗୋଟିଏ ମାସ ସେଠାରେ ପ୍ରସ୍ତୁତି କରିବାକୁ ସମୟ ମିଳିବ। କାରଣ କରୋନା ପାଇଁ ଖେଳାଳିମାନେ ପଡ଼ିଆରୁ ଦୂରେଇ ରହିଛନ୍ତି। ପୁଣିଥରେ ପଡ଼ିଆକୁ ଫେରିବା ପୂର୍ବରୁ ସେମାନଙ୍କୁ ଅଭ୍ୟାସ ପାଇଁ କିଛି ସମୟ ଦରକାର।”

ଚଳିତ ବର୍ଷ ମାର୍ଚ୍ଚ ୨୯ରେ ଆଇପିଏଲ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହାକୁ ସ୍ଥଗିତ କରାଯାଇଥିଲା।

The post ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ appeared first on Odisha Reporter.



from Odisha Reporter https://ift.tt/3jvKU3r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages