ସରକାରୀ କାର୍ଯ୍ୟାଳୟରୁ କରୋନା ଆକ୍ରାନ୍ତ ବାହାରିଲେ କିପରି କରାଯିବ ମୁକାବିଲା, ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ସରକାରୀ କାର୍ଯ୍ୟାଳୟରୁ କରୋନା ଆକ୍ରାନ୍ତ ବାହାରିଲେ କିପରି କରାଯିବ ମୁକାବିଲା, ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି କରୋନା। ଏଥିରୁ ବାଦ ପଡ଼ୁ ନାହିଁ ସରକାରୀ କାର୍ଯ୍ୟାଳୟ, ପୁଲିସ୍‌ ଷ୍ଟେଶନ, ମେଡିକାଲ ଆଦି ଅନୁଷ୍ଠାନ ।  କିଛି ଦିନ ଭିତରେ ଲୋକସେବା ଭବନର କେତେକ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।  ଆଗକୁ  ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ କରୋନା ପଜିଟିଭି ବାହାରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

ଯଦି କୌଣସି ସରକାରୀ ଅଫିସରୁ କୋରନା ଆକ୍ରାନ୍ତ ବାହାରନ୍ତି ତେବେ କ’ଣ ପଦକ୍ଷେପ ନିଆଯିବ, ସେ ନେଇ ଏକ ୧୨ ସୂତ୍ରୀ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ପରାମର୍ଶ କରି ଏହି ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ଏହି ନିୟମ ଲାଗୁ କରିବାର ଦାୟିତ୍ୱ ହେଉଛି ଅଫିସ୍  ମୁଖ୍ୟଙ୍କର ବା କୋଭିଡ୍ କମ୍ପ୍ଲାଏନ୍ସ ଅଫିସରଙ୍କର ।

ଯଦି କିଏ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୁଅନ୍ତି,  ତେବେ ତାଙ୍କୁ ତୁରନ୍ତ ହୋମ୍ ଆଇସୋଲେସନରେ ରହିବାକୁ କୁହାଯିବ । କିମ୍ବା କୋଭିଡ ଟ୍ରିଟମେଣ୍ଟ ସେଣ୍ଟରକୁ ପଠାଯିବ।  ତାଙ୍କର କଣ୍ଟାକ୍ସ ଟ୍ରେସିଂ କରାଯାଇ ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ମଧ୍ୟ  କ୍ୱାରେଣ୍ଟିନରେ ରଖାଯିବ । ଗାଇଡ୍ ଲାଇନ୍ ଅନୁଯାୟୀ ସବୁ ପରିଚାଳନା କରାଯିବ  ।

କରୋନା ଆକ୍ରାନ୍ତ ଚିହ୍ନଟ ସରକାରୀ କର୍ମଚାରୀ ଯେଉଁ ଅଫିସରେ କାମ କରୁଥିଲେ, ସେହି ସ୍ଥାନକୁ ବିଶୋଧନ କରାଯିବ । ଯଦି ଏକାଧିକ ପଜିଟିଭ ବାହାରନ୍ତି, କିମ୍ବା ୪୮ ଘଣ୍ଟା ମଧ୍ୟରେ ଆକ୍ରାନ୍ତ ସେହି ସ୍ଥାନକୁ ଯାଇଥାନ୍ତି, ତେବେ ସେହି ସ୍ଥାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅଧିକ ଆକ୍ରାନ୍ତ ବାହାରନ୍ତି, ପୁରା ବିଲ୍ଡିଂକୁ ମଧ୍ୟ ସିଲ୍ କରାଯାଇପାରେ।  ଏପରି ପରିସ୍ଥିତିରେ ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯିବ ।

The post ସରକାରୀ କାର୍ଯ୍ୟାଳୟରୁ କରୋନା ଆକ୍ରାନ୍ତ ବାହାରିଲେ କିପରି କରାଯିବ ମୁକାବିଲା, ପଢ଼ନ୍ତୁ appeared first on Odisha Reporter.



from Odisha Reporter https://ift.tt/3htDcVw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages