ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ସରପ୍ରାଇଜ୍‌ ଦେଲେ ଏଲିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ସରପ୍ରାଇଜ୍‌ ଦେଲେ ଏଲିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ ତାଙ୍କ ଫ୍ୟାନ୍‌ ମାନଙ୍କୁ ଗୋଟେ ସରପ୍ରାଇଜ୍‌ ଦେବେ ବୋଲି କହିଥିଲେ। ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ସେ ଖୁବ୍‌ ଶୀଘ୍ର ଫ୍ୟାନ୍‌ ମାନଙ୍କ ପାଇଁ ଏକ ସରପ୍ରାଇଜ୍ ରଖିଛନ୍ତି ବୋଲି ପୋଷ୍ଟ କରୁଥିଲେ। ଶେଷରେ ସେ କାଲି ସେହି ସରପ୍ରାଇଜ୍‌ ଟି କଣ ଫ୍ୟାନ୍‌ ମାନଙ୍କୁ ଜଣାଇଛନ୍ତି। ଗତକାଲି ତାଙ୍କ ୨୪ତମ ଜନ୍ମଦିନ ଅବସରରେ ଏଲିନା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆରମ୍ଭ କରିଛନ୍ତି। ଏହି ଚ୍ୟାନେଲ୍‌ରେ ସେ ତାଙ୍କ ବ୍ୟକ୍ତିଗତ , ପେଷାଗତ ଜୀବନରେ ଘଟୁଥିବା କିଛି ରୋଚକ ଘଟଣା ସମ୍ପର୍କିତ ଭିଡ଼ିଓ କରି ଶେଆର କରିବେ। ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ନାଁ ରହିଛି, ‘ରୟ ଏଲିନା ସାମନ୍ତରାୟ’। ଗୋଟେ ଦିନରେ ଏହି ଚ୍ୟାନେଲ୍‌ରେ ୪୦୦ରୁ ଉର୍ଦ୍ଧ୍ୱ ସବ୍‌ସ୍କ୍ରାଇବର୍‌ ହେଇଯାଇଛନ୍ତି।

ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଗତକାଲି ଏଲିନା ଏକ ଭିଡିଓ ଶେଆର କରିଥିଲେ। ଏଥିରେ ସେ କେମିତି ଗୋଟେ ସାଧାରଣ ଝିଅରୁ ଓଲିଉଡ୍‌ ହିରୋଇନ୍‌ ହେଲେ ତାର ଯାତ୍ରା କହିଛନ୍ତି। ଏଥିସହ ଆଗକୁ ଏଲିନା ତାଙ୍କ ପ୍ରଶଂସକମାନଙ୍କ ପାଇଁ ମଜାଦାର ଭିଡ଼ିଓ ଅପଲୋଡ୍‌ କରିବେ ବୋଲି  କହିଛନ୍ତି। ଏଲିନା ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଲୋଗୋ ମଧ୍ୟ ଶେଆର କରିଛନ୍ତି। ଏହି ଲୋଗୋରେ ଏଲିନା ଲେଖାଯାଇଛି।

ସୂଚନାଯୋଗ୍ୟ, ‘ଇସ୍କ ତୁ ହି ତୁ’, ‘ଲଭ୍‌ ଷ୍ଟେସନ୍’‌, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଅଭୟ’, ‘କାବୁଲା ବାରବୁଲା ସର୍ଚିଂ ଲୈଲା’ ଆଦି ଫିଲ୍ମରେ କାମ କରିଛନ୍ତି।

 

 

The post ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ସରପ୍ରାଇଜ୍‌ ଦେଲେ ଏଲିନା appeared first on Odisha Reporter.



from Odisha Reporter https://ift.tt/2CyFCn7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages