ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ନାଁରେ ଚକୋଲେଟ ପ୍ରସ୍ତୁତ କଲା ଆମେରିକା କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ନାଁରେ ଚକୋଲେଟ ପ୍ରସ୍ତୁତ କଲା ଆମେରିକା କମ୍ପାନୀ

ୱାଶିଂଟନ: ଆମେରିକାର ଗୋଟିଏ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କୁ ନିଆରା ଢଙ୍ଗରେ ସମ୍ମାନିତ କରିଛି।  ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ ପକ୍ଷରୁ ତାଙ୍କ ନାଁରେ ଦୁଇଟି ଚକୋଲେଟ ବାହାର କରିଛି।

ଡାକ୍ତର ନୀରବ ଶାହ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ସେ ବର୍ତ୍ତମାନ ଆମେରିକାର ମାଇନେସ୍ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲର ମୁଖ୍ୟ ଅଛନ୍ତି। କରୋନା ଭାଇରସ ମହାମାରୀ କବଳରୁ ମାଇନେ ଲୋକଙ୍କୁ ସୁସ୍ଥ ରଖିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ Wilbur’s Chocolate Confections ପକ୍ଷରୁ ଏପରି ସମ୍ମାନ ପ୍ରଦାନ କରାଯାଇଛି।

ଚକୋଲେଟ କମ୍ପାନୀ ମିଲ୍କ ଓ ଡାର୍କ ଭଳି ଦୁଇଟି ଫ୍ଲେଭରର ଲିମିଟେଡ୍‌ ଏଡିସନର ବାର୍‌ ବାହାର କରିଛି। ଏହାର ନାମ ଶାହ ବାର୍‌  ରଖାଯାଇଥିବା କମ୍ପାନୀ କହିଛି। ଏହି ଚକୋଲେଟର ଉପର କଭରରେ ନୀରବ ଶାହଙ୍କ ଫଟୋ ରହିଛି।

The post ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ନାଁରେ ଚକୋଲେଟ ପ୍ରସ୍ତୁତ କଲା ଆମେରିକା କମ୍ପାନୀ appeared first on Odisha Reporter.



from Odisha Reporter https://ift.tt/2D5aEm9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages