ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ, ଜଳନ୍ତା ଘର ମଧ୍ୟରୁ ତଳକୁ ଡେଇଁ ପଡ଼ିଲେ ଦୁଇ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ, ଜଳନ୍ତା ଘର ମଧ୍ୟରୁ ତଳକୁ ଡେଇଁ ପଡ଼ିଲେ ଦୁଇ ଭାଇ

ନୂଆଦିଲ୍ଲୀ: ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଭିଡିଓ ଆପଣଙ୍କୁ ହତବାକ କରିଦେବ। ଆପଣ ଅନେକ ଥର ଦେଖିଥିବେ ଯେ ଫିଲ୍ମରେ ହିରୋମାନେ ବେଶ ଆରମରେ ସୁଉଚ୍ଚ ଛାତ ଓ ସ୍ଥାନରୁ ଡେଇଁ ନିଜର ହିରୋଗିରି ଦେଖାଇ ଥାଆନ୍ତି। ହେଲେ ବାସ୍ତବ ଜୀବନରେ ଆପଣଙ୍କୁ ଯଦି ଏମିତି ଏକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ, ତା’ହେଲେ ଆପଣ କ’ଣ ସୁଉଚ୍ଚରୁ ତଳକୁ ଡେଇଁବେ କି? ଏବେ ଭାଇରାଲ ହୋଇଥିବା ଭିଡିଓରେ ଦୁଇ ଜଣ ଛୋଟ ଭାଇ କେମିତି ଜୀବନ ବିକଳରେ ୩ ମହଲା କୋଠା ଉପରୁ ତଳକୁ ଡେଉଁଛନ୍ତି, ତା’ର ଦୃଶ୍ୟ ଦେଖିବାକୁ ମିଳିଛି।

ଦକ୍ଷିଣ ଫ୍ରାନ୍ସର ଗ୍ରେନୋବେଲ ସ୍ଥିତ ଏକ ଆପାର୍ଟମେଣ୍ଟରେ ଏପରି ଘଟଣା ଘଟିଛି। ଏହି ଅଞ୍ଚଳରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ସେହି ଆପାର୍ଟମେଣ୍ଟର ଗୋଟିଏ କୋଠରୀରେ ଦୁଇ ଭାଇ ଫସିଯାଇଥିଲେ। ଜଣଙ୍କର ବୟସ ୧୦  ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୩ ବର୍ଷ। କୋଠରୀରେ ନିଆଁ ଲାଗି ଯିବାରୁ ଦୁଇ ଭାଇ ଆଉ ବାହାରକୁ ବାହାରି ପାରି ନଥିଲେ।

ଜୀବନ ମରଣର ଦୋ ଛକିରେ ଫସିଥିବା ଦୁଇ ଭାଇ ସାହସ କରି ଝରକା ପଟେ ତଳକୁ ଡେଇଁବାକୁ ଚେଷ୍ଟା ଆରମ୍ଭ କରିଥିଲେ। କିନ୍ତୁ ତଳେ ପଡ଼ିଲେ ମୃତ୍ୟୁ ନିଶ୍ଚିତ ବୋଲି ସେମାନେ ଆଶଙ୍କା କରିଥିଲେ।

ହେଲେ ଏହି ସମୟରେ ଆପାର୍ଟମେଣ୍ଟର କିଛି ଲୋକ ଦୁଇ ଭାଇଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ। ସେମାନେ ତଳେ ରହି ପିଲା ଦୁଇ ଜଣଙ୍କୁ ଡେଇଁବାକୁ କହିଥିଲେ। ଦୁଇ ଭାଇ ମଧ୍ୟ ଉପାୟ ନ ପାଇ ସେମାନଙ୍କ କଥାରେ ତଳକୁ ଡେଇଁଥିଲେ। ପ୍ରଥମେ ସାନ ଭାଇ ଡେଇଁଥିଲା। ଏହି ସମୟରେ ବେଶ ସାହସର ସହ ତଳେ ଥିବା ଲୋକମାନେ ତା’କୁ କ୍ୟାଚ୍‌ କରି ଦେଇଥିଲେ। ଏହାଦେଖି ବଡ଼ ଭାଇ ମଧ୍ୟ ତଳକୁ ଡେଇଁଥିଲା। ପଡ଼ୋଶୀମାନେ ତା’କୁ ମଧ୍ୟ କ୍ୟାଚ୍‌ କରି ନିଶ୍ଚିତ ମୃତ୍ୟୁରୁ ରକ୍ଷା କରିଦେଇଥିଲେ।

ଉଦ୍ଧାର ପରେ ଦୁଇ ଭାଇଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା। ସେମାନଙ୍କର କୌଣସି କ୍ଷତି ହୋଇନଥିବା ଡାକ୍ତର କହିଛନ୍ତି। ତେବେ ପିଲା ଦୁଇ ଜଣଙ୍କୁ କ୍ୟାଚ୍‌ କରିବା ବଳେ ଜଣେ ବ୍ୟକ୍ତିଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିବା ଲାଗିଛି। ତଥାପି ସେମାନେ ସାହସ ଦେଖାଇ ପିଲା ଦୁଇ ଜଣଙ୍କ ଜୀବନ ବଞ୍ଚାଇ ଥିବାରୁ ସ୍ଥାନୀୟ ପ୍ରଶାସନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛି।

The post ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ, ଜଳନ୍ତା ଘର ମଧ୍ୟରୁ ତଳକୁ ଡେଇଁ ପଡ଼ିଲେ ଦୁଇ ଭାଇ appeared first on Odisha Reporter.



from Odisha Reporter https://ift.tt/2ZVDj6r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages