ଦେଶରେ ବେକାବୁ କରୋନା: ଦିନକରେ ପ୍ରାୟ ୫୦ ହଜାର ପଜିଟିଭ, ମୃତ୍ୟୁସଂଖ୍ୟା ୩୦ ହଜାର ପାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ଦେଶରେ ବେକାବୁ କରୋନା: ଦିନକରେ ପ୍ରାୟ ୫୦ ହଜାର ପଜିଟିଭ, ମୃତ୍ୟୁସଂଖ୍ୟା ୩୦ ହଜାର ପାର୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାକୁ ବସିଲାଣି। ଭାରତରେ କରୋନା ଯୋଗୁ ଆମେରିକା ଭଳି ସ୍ଥିତି ସୃଷ୍ଟି ହେଲାଣି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଦିନକରେ ପ୍ରାୟ ୫୦ ହଜାର କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି।

ସରକାର କରୋନା ସଂକ୍ରମଣକୁ ରୋକିବାକୁ ଚେଷ୍ଟା କରୁଥିଲେ ହେଁ ଏହା ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି। ସେହିପରି ୨୪ ଘଣ୍ଟାରେ କରୋନା ୭୪୦ ଜଣଙ୍କ ମୁଣ୍ଡ ନେବାରୁ ମୃତ୍ୟୁସଂଖ୍ୟା ୩୦ ହଜାର ଅତିକ୍ରମ କରିଛି। ଭାରତର ସ୍ଥିତି ଭୟଙ୍କର ହେଉଥିବାରୁ ଲୋକଙ୍କ ଚିନ୍ତା ବଢ଼ିବା ଆରମ୍ଭ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୨୪ ଘଣ୍ଟାରେ ରେକର୍ଡ ୪୯,୩୧୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୪୫କୁ ବୃଦ୍ଧି ପାଇଛି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୩୦,୬୦୧ ଛୁଇଁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮,୧୭,୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ୪୪୦୧୩୫ ଆକ୍ଟିଭ କେସ୍‌ ରହିଛି।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ନିକଟରେ ପହଞ୍ଚି ଯାଇଛି। ରାଜ୍ୟରେ ମୋଟ ୩,୪୭,୫୦୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮୫୪ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୧,୯୪,୨୫୩ ଜଣ ସୁସ୍ଥ ହୋଇଛନ୍ତି। ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୯୬୪ ରହିଛି। ଏଠାରେ ୩୨୩୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧,୩୬,୭୯୩ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ କରୋନା ଏଯାଏ ୩୭୪୫ ଜଣଙ୍କ ମୁଣ୍ଡ ନେଇଛି ଓ ୧,୨୭,୩୬୪ ଜଣଙ୍କୁ ସଂକ୍ରମିତ କରିଛି।

ଏହାବାଦ୍‌ ଏହାବାଦ ଆନ୍ଧ୍ର ପ୍ରଦେଶରେ ୮୮୪,ଅରୁଣାଚଳ ପ୍ରଦେଶରେ ୩, ଆସାମରେ ୭୦, ବିହାରରେ ୨୧୭, ଚଣ୍ଡିଗଡ଼ରେ ୧୩, ଛତିଶଗଡ଼ରେ ୩୦, ଦ୍ରାଦ୍ରାନଗର ହାବେଳିରେ ୨, ଗୋଆରେ ୨୯, ଗୁଜରାଟରେ ୨୨୫୨, ହରିଆଣାରେ ୩୭୮, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୨୮୨, ଝାରଖଣ୍ଡରେ ୬୭, କର୍ଣ୍ଣାଟକାରେ ୧୬୧୬, କେରଳରେ ୫୦, ଲଦାଖରେ ୨, ମଧ୍ୟପ୍ରଦେଶରେ ୭୮୦, ମେଘାଳୟରେ ୪, ଓଡ଼ିଶାରେ ୧୧୪, ପୁଡୁଚେରୀରେ ୩୧, ପଞ୍ଜାବ ୨୭୭, ରାଜସ୍ଥାନରେ ୫୯୪, ତେଲେଙ୍ଗାନାରେ ୪୪୭, ତ୍ରିପୁରାରେ ୧୦, ଉତ୍ତରାଖଣ୍ଡରେ ୬୦, ଉତ୍ତର ପ୍ରଦେଶରେ ୧୨୮୯ ଓ ପଶ୍ଚିମବଙ୍ଗରେ ୧୨୫୫ ଜଣ ପ୍ରାଣ ହରାଇଛନ୍ତି।

The post ଦେଶରେ ବେକାବୁ କରୋନା: ଦିନକରେ ପ୍ରାୟ ୫୦ ହଜାର ପଜିଟିଭ, ମୃତ୍ୟୁସଂଖ୍ୟା ୩୦ ହଜାର ପାର୍‌ appeared first on Odisha Reporter.



from Odisha Reporter https://ift.tt/2WRNiYr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages