‘ପାରାସିଟାମଲ୍‌ ବିକ୍ରି କରିବାରେ କଟକଣା ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 18, 2020

‘ପାରାସିଟାମଲ୍‌ ବିକ୍ରି କରିବାରେ କଟକଣା ନାହିଁ’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ପାରାସିଟାମଲ ବିକିବାରେ କୌଣସି କଟକଣା ନାହିଁ।  ଏନେଇ ଟ୍ୱିଟ୍ ଯୋଗେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ତେବେ ଜିଲ୍ଲାର ସମସ୍ତ ଔଷଧ ଦୋକାନୀଙ୍କୁ ବିକ୍ରିର ସମସ୍ତ ବିବରଣୀ ରଖିବାକୁ ଅନୁରୋଧ କରାଯାଇଛି।ଯଦି କୌଣସି ରୋଗୀଙ୍କ ଠାରେ କୋଭିଡ୍ ଲକ୍ଷଣ ପରିଲକ୍ଷିତ ହୁଏ, ସେମାନେ ତୁରନ୍ତ ଡ୍ରଗ୍ସ ନିରୀକ୍ଷକଙ୍କୁ ଜଣାନ୍ତୁ ବୋଲି ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି।

ଗଞ୍ଜାମରେ ଦିନକୁ ଦିନ କରୋନା ସ୍ଥିତି ଚିନ୍ତା ବଢ଼ାଉଛି। ତେଣୁ କରୋନା ଡରରେ ଅନେକ ଔଷଧ ଦୋକାନୀ ଦୋକାନ ବନ୍ଦ ରଖୁଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫, ୨୮୦ରେ ପହଞ୍ଚିଛି। ସେଥିମଧ୍ୟରୁ ୩,୫୫୪ ସୁସ୍ଥ ହୋଇସାରିଲେଣି। ଏବେ ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ  ୧,୬୭୧ ଚିକିତ୍ସାଧୀନ ଅଛନ୍ତି।

 

The post ‘ପାରାସିଟାମଲ୍‌ ବିକ୍ରି କରିବାରେ କଟକଣା ନାହିଁ’ appeared first on Odisha Reporter.



from Odisha Reporter https://ift.tt/2WB6Q37

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages