ରାଜନୀତିରେ ପାଦ ଦେବେ ଭୂମି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 18, 2020

ରାଜନୀତିରେ ପାଦ ଦେବେ ଭୂମି!

ମୁମ୍ବାଇ: ଷ୍ଟାର୍ କିଡ୍‌ ନହୋଇ ମଧ୍ୟ ବଲିଉଡରେ ନିଜ ଅଭିନୟ ଦକ୍ଷତାରେ ଆଗକୁ ବଢୁଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ଭୂମି ପେଡନେକର। ବିଭିନ୍ନ ଚରିତ୍ରରେ ଚମତ୍କାର ଅଭିନୟ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଭୂମି ପେଡନେକର। ଆଜି ହେଉଛି ତାଙ୍କ ଜନ୍ମଦିନ। ଆସନ୍ତୁ, ଏହି ଅବସରରେ ତାଙ୍କ ବିଷୟରେ କିଛି କଥା ଜାଣିବା।

୧. ପ୍ରଥମ ଫିଲ୍ମ ‘ଦମ୍‌ ଲଗା କେ ହଇଶା’ର ପ୍ରୋମୋସନ ସମୟରେ ଭୂମି କହିଥିଲେ ଯେ ସେ ଶାହରୁଖ ଖାନ ଓ ସଲମାନ ଖାନଙ୍କର ଜଣେ ବଡ଼ ଫ୍ୟାନ୍। ଭବିଷ୍ୟତରେ ସେ ଦୁହିଁଙ୍କ ସହିତ ଫିଲ୍ମ କରିବାକୁ ଚାହୁଁଛନ୍ତି।

୨.ଅଭିନୟ କରିବା ପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା କାଷ୍ଟିଂ ଡାଇରେକ୍ଟର ଶାନୁ ଶର୍ମାଙ୍କର ଆସିଷ୍ଟାଣ୍ଟ ଭାବରେ ଭୂମି କାମ କରୁଥିଲେ।

୩. ଫିଲ୍ମ ‘ଦମ୍ ଲଗା କେ ହଇଶା’ରେ ଭୂମି ଆସିଷ୍ଟାଣ୍ଟ ଡାଇରେକ୍ଟର ଥିଲେ। ଏଥିପାଇଁ ସେ ୧୦୦ ଝିଅଙ୍କର ଅଡିଶନ ମଧ୍ୟ ନେଇଥିଲେ। ଅଡିଶନ ସମୟରେ ଭୂମି ସମସ୍ତଙ୍କୁ ନିଜେ ଆକ୍ଟିଂ କରି ଟ୍ରେନିଂ ଦେଇଥିଲେ। ସେହି ସମୟରେ କାଷ୍ଟିଂ ଟିମ୍ ଓ ନିର୍ଦ୍ଦେଶକଙ୍କୁ ଅନ୍ୟ ଝିଅଙ୍କ ଅପେକ୍ଷା ଭୂମିଙ୍କର ଅଭିନୟ ଭଲ ଲାଗିଥିଲା। ପରେ ଆସିଷ୍ଟାଣ୍ଟ ଡାଇରେକ୍ଟରରୁ ଭୂମିଙ୍କୁ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ନିର୍ଦ୍ଦେଶକ ଅଫର କରିଥିଲେ।

୪. ଆଲିଆ ଭଟ୍ଟ ଓ ସୋନମ କପୁରଙ୍କ ପରି ଅଭିନେତ୍ରୀ ଫିଲ୍ମ ପାଇଁ ଓଜନ କମ୍‌ କରିଥା’ନ୍ତି। କିନ୍ତୁ ଫିଲ୍ମ ‘ଦମ୍‌ ଲଗା କେ ହଇଶା’ରେ ସନ୍ଧ୍ୟା ଚରିତ୍ର ପାଇଁ ଭୂମି ୧୦ରୁ ୧୨ କିଲୋ ଓଜନ ବଢ଼ାଇଥିଲେ।

୫.ଭୂମିଙ୍କର ଟ୍ୱିଟରରେ ଲେଖାଥିବା ବାୟୋ ଖୁବ ମନଛୁଆଁ। ଯେଉଁଥିରେ ସେ ଲେଖିଛନ୍ତି, ଆକ୍ଟର, ଡ୍ରିମର ଓ ଫ୍ୟୁଚର ଲିଡର। ଫ୍ୟୁଚର ଲିଡର ଲେଖାକୁ ଦେଖିଲେ ଭବିଷ୍ୟତରେ ଭୂମି ରାଜନୀତିରେ ପ୍ରବେଶ କରିବେ ବୋଲି ଆଶା କରାଯାଉଛି।

 

The post ରାଜନୀତିରେ ପାଦ ଦେବେ ଭୂମି! appeared first on Odisha Reporter.



from Odisha Reporter https://ift.tt/395Ibc4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages