ଚତୁର୍ଥ ଶ୍ରେଣୀ ଛାତ୍ର ଛାତ ଉପରେ କରିଛନ୍ତି କିଚେନ୍‌ ଗାର୍ଡେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ଚତୁର୍ଥ ଶ୍ରେଣୀ ଛାତ୍ର ଛାତ ଉପରେ କରିଛନ୍ତି କିଚେନ୍‌ ଗାର୍ଡେନ୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ କୁଲଣା ଗାଁର ଓମ୍‌ ପ୍ରକାଶ ସାହୁ। ସେ ଭଣ୍ଡାରିପୋଖରୀ ସାରଦା ବିଦ୍ୟା ମନ୍ଦିରରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ନ୍ତି। ଏବେ କରୋନା ଯୋଗୁ ସ୍କୁଲ ବନ୍ଦ ରହିଛି। ତେଣୁ ପଢ଼ା ସମୟ ବାଦ୍ ବଳକା ସମୟରେ ସେ ନିଜ ଘର ଛାତ ଉପରେ ପରିବା ଚାଷରେ ଲାଗିଛନ୍ତି। ଆଉ କୁନି ବୟସରେ ତାଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି।

କରୋନା ଯୋଗୁ ଗତ ମାର୍ଚ୍ଚ ୨୨ ତାରିଖରୁ ଓମ୍ ସ୍କୁଲ ଯାଉ ନାହାନ୍ତି। ଘରୁ ମଧ୍ୟ ବାହାରକୁ ବାହାରି ପାରୁ ନାହାନ୍ତି। ଅନ୍‌ଲାଇନ୍‌ରେ ଏକ ଘଣ୍ଟା ପଢ଼ି ସାରିବା ପରେ ସବୁବେଳେ ଘରେ ରହୁଥିଲେ। ହେଲେ ସେ ଟିଭିରୁ ଦେଖି ଘର ଉପରେ ପରିବା ଚାଷ କରିବାକୁ ପାଇଁ ମନ ବଳାଇଥିଲେ। ଏନେଇ ସେ ତାଙ୍କ ବାପାଙ୍କ ପରାମର୍ଶ ନେଇଥିଲେ। କିନ୍ତୁ ତାଙ୍କ ବାପା ପ୍ରଥମେ ଅମଙ୍ଗ ହୋଇଥିଲେ। ପରେ ଓମ୍‌ଙ୍କ ଆଗ୍ରହ ଦେଖି ତାଙ୍କୁ ସାହାଯ୍ୟ କରିବାକୁ ହାତ ବଢ଼ାଇଥିଲେ। ସେ ତାଙ୍କ ବାପାଙ୍କ ସହାୟତାରେ ସୋଲବାକ୍ସ ଓ ପ୍ଲାଷ୍ଟିକ ବାଲିଟିରେ ଘର ପାଖରୁ ମାଟି ଯୋଗାଡ଼ କରି ଛାତ ଉପରେ କିଚେନ ଗାର୍ଡେନ ଆରମ୍ଭ କଲେ। ଧୀରେ ଧୀରେ ଛାତ ଉପରେ ଭେଣ୍ଡି, ବାଇଗଣ, ମକ୍କା, ଜହ୍ନି, କାକୁଡି ଓ ଛଚିନ୍ଦ୍ରା ଗଛ ଲଗାଇଲେ ଓମ୍। ଜହ୍ନି ଓ କାକୁଡି ଗଛ ପାଇଁ ଛାତ ଉପରେ ମଞ୍ଚା ମଧ୍ୟ କରିଛନ୍ତି। ପାଣି ଓ ସାର ଦେଇ ଖୁବ୍ ଯତ୍ନର ସହ ଗଛଗୁଡ଼ିକୁ ବଡ଼ କଲେ। ଆଉ ଏବେ ସେଗୁଡ଼ିକରେ ଫଳ ହେଲାଣି।

ଓମ୍‌ ପ୍ରକାଶ ସାହୁ କହିଛନ୍ତି, “ଲକ୍‌ଡାଉନ୍‌ ଯୋଗୁ ସ୍କୁଲ୍‌ ବନ୍ଦ ହୋଇଗଲା। ହ୍ୱାଟ୍ସଆପ୍‌ରେ ପାଠପଢ଼ା ହେଲା। ପାଠପଢ଼ା ସମୟ ପରେ ମୁଁ ପନିପରିବା ଚାଷ କରିବାକୁ ଚିନ୍ତା କଲି। ମୋ ବାପା ପଇସା ଖର୍ଚ୍ଚ କରି ବଜାରରୁ ପନିପରିପରବା ଆଣୁଥିବାରୁ ମୁଁ ଚିନ୍ତା କଲି ଘରେ ଗଛ ଲଗାଇଲେ ପଇସା ଖର୍ଚ୍ଚ ହେବନି। ସେହିପରି ଟିଭିରୁ ଦେଖି ଛାତ ଉପରେ ଚାଷ କରିବାକୁ ମୋର ଇଚ୍ଛା ହୋଇଥିଲା। ଏନେଇ ମୁଁ ବାପାଙ୍କୁ କହିଲି। ସେ ମୋତେ ମଞ୍ଜି ଓ ସୋଲ ପେଟି ଆଣିଦେଲେ। ସେ ସୋଲ ପେଟି ଆଣିବା ପରେ ମୁଁ ସେଥିରେ ମାଟି ପୂରାଇ ମଞ୍ଜି ପକାଇଲି। ଏହାପରେ ଗଛ ଉଠିଲା। ଏବେ ବିଭିନ୍ନ ପନିପରିବା ଫଳୁଛି।”

ଓମ୍‌ ପ୍ରକାଶଙ୍କ ବାପା ଜିତେନ୍ଦ୍ର ସାହୁ କହିଛନ୍ତି, “ସ୍କୁଲ ବନ୍ଦ ହେବା ପରେ ସେ ଟିଭିରୁ ଦେଖି ମୋତେ ଛାତ ଉପରେ ପରିବା ଚାଷ କରିବାକୁ କହିଥିଲା। ତୁ ପିଲା ଲୋକ ପାରିବୁନି ବୋଲି କହିଥିଲି। ହେଲେ ସେ ପାରିବି ବୋଲି କହିଥିଲା। ଏହାପରେ ତାକୁ ସୋଲ ପେଟି ଓ ମଞ୍ଜି ଆଣିକି ଦେଲି। ସେ ନିଜେ ମାଟି ବୋହି ପେଟିରେ ମାଟି ପୂରାଇ ମଞ୍ଜି ଲଗାଇଲା। ସେ ଏଥିପାଇଁ ବହୁତ ପରିଶ୍ରମ ମଧ୍ୟ କରିଛି। ଏବେ ପରିବା ଫଳୁଛି। ବହୁତ ଖୁସି ଲାଗୁଛି।”

ଏବେ ବଜାରରେ ପରିବାର ଦର ମହଙ୍ଗା ହେଉଥିବା ବେଳେ ଓମ୍‌ ପ୍ରକାଶଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି। ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେମାନେ କହିଛନ୍ତି।

ସ୍ଥାନୀୟ ବାସିନ୍ଦା ଦୁର୍ଯ୍ୟୋଧନ ଲେଙ୍କା କହିଛନ୍ତି, “କରୋନା ମହାମାରୀ ସମୟରେ ଓମ୍ ପ୍ରକାଶ ପାଠପଢ଼ା ସହିତ ବଳକା ସମୟରେ ଖେଳକୁଦ ନକରି ଗଛ ଲଗାଇଛନ୍ତି। ଆଉ ଏହା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ଏହି ଉଦ୍ୟମ ସରକାରଙ୍କ ପାଇଁ ମଧ୍ୟ ଏକ ଶିକ୍ଷା ହୋଇପାରେ। ତାଙ୍କ ଉଦ୍ୟମ ଦେଖି ସରକାର ବିଦ୍ୟାଳୟ ସ୍ତରରେ କୃଷି ଭିତ୍ତିକ ପାଠ୍ୟକ୍ରମକୁ ସଂଯୋଗ କରିବା ଉପରେ ଚିନ୍ତା କରିବା ଆବଶ୍ୟକ। ଫଳରେ ଛାତ୍ରଛାତ୍ରୀମାନେ ଚାଷ କାର୍ଯ୍ୟର ନୂତନ ଜ୍ଞାନ କୌଶଳ ଉପରେ ଜାଣିବାକୁ ପାଇପାରନ୍ତେ ଓ ଚାଷବାସ ପ୍ରତି ଆଗ୍ରହୀ ମଧ୍ୟ ହୁଅନ୍ତେ। ଏହା ଦ୍ୱାରା ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନେ କେବଳ ଚାକିରି ପଛରେ ନଗୋଡ଼ାଇ କୃଷି କାର୍ଯ୍ୟରେ ମଧ୍ୟ ମନ ଦିଅନ୍ତେ।”

The post ଚତୁର୍ଥ ଶ୍ରେଣୀ ଛାତ୍ର ଛାତ ଉପରେ କରିଛନ୍ତି କିଚେନ୍‌ ଗାର୍ଡେନ୍‌ appeared first on Odisha Reporter.



from Odisha Reporter https://ift.tt/3f3EGUS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages