ସରକାରୀ ବଙ୍ଗଳା ଖାଲି କରିବା ପୂର୍ବରୁ ବିଜେପି ନେତାଙ୍କୁ ଚା’ ପିଇବା ପାଇଁ ଡାକିଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ସରକାରୀ ବଙ୍ଗଳା ଖାଲି କରିବା ପୂର୍ବରୁ ବିଜେପି ନେତାଙ୍କୁ ଚା’ ପିଇବା ପାଇଁ ଡାକିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ମିଳିଥିବା ବଙ୍ଗଳା ଖାଲି କରିବା ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ସ୍ଥାନରେ ଏଠାରେ ରହିବାକୁ ଥିବା ବିଜେପି ନେତା ଅନୀଲ ବାଲଉନିଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କରିଛନ୍ତି। ଅନୀଲ ଓ ତାଙ୍କ ପତ୍ନୀଙ୍କୁ ପ୍ରିୟଙ୍କା ଚା’ ପିଇବାକୁ ଆସିବା ପାଇଁ ନିମନ୍ତ୍ରଣ କରିଥିବାରୁ ଚାରିଆଡ଼େ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

୧୯୯୭ ମସିହାରୁ ପ୍ରିୟଙ୍କା ୩୫ ଲୋଧି ଇଷ୍ଟେଟ ବଙ୍ଗଳାରେ ରହି ଆସୁଥିଲେ। ତେବେ ତାଙ୍କ ଠାରୁ ସରକାର ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନେବାରୁ ତାଙ୍କୁ ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରଣାଳୟ ଅଗଷ୍ଟ ୧ ସୁଦ୍ଧା ଘର ଖାଲି କରିବାକୁ ନୋଟିସ କରିଥିଲା। ପ୍ରିୟଙ୍କା ଘର ଖାଲି କଲେ ଏହି ସ୍ଥାନରେ ବିଜେପି ନେତା ଅନୀଲ ଓ ତାଙ୍କ ପରିବାରର ସଦସ୍ୟ ରହିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଜୁଲାଇ ୧ରେ ଏକ ନୋଟିସ୍‌ ପ୍ରକାଶ ପାଇଥିଲା।

ଘର ଖାଲି କରି ପ୍ରିୟଙ୍କା କିଛି ଦିନ ପାଇଁ ଗୁରୁଗ୍ରାମରେ ରହିବେ। ଏହାପରେ ସେ ପୁଣି ଦିଲ୍ଲୀକୁ ଫେରିବେ ବୋଲି ଜଣାପଡ଼ିଛି। କିନ୍ତୁ ଘର ଖାଲି କରିବା ପୂର୍ବରୁ ମାନବିକତା ଦୃଷ୍ଟି କୋଣରୁ ସେ ଅନୀଲଙ୍କୁ ଚିଠି ଓ ଫୋନ ଯୋଗେ ଚା’ ପାଇଁ ନିମନ୍ତ୍ରଣ କରିଛନ୍ତି। ତେବେ ଅନୀଲଙ୍କ ପକ୍ଷରୁ ଏହି ନିମନ୍ତ୍ରଣର କୌଣସି ଜବାବ ଦିଆଯାଇ ନାହିଁ।

The post ସରକାରୀ ବଙ୍ଗଳା ଖାଲି କରିବା ପୂର୍ବରୁ ବିଜେପି ନେତାଙ୍କୁ ଚା’ ପିଇବା ପାଇଁ ଡାକିଲେ ପ୍ରିୟଙ୍କା appeared first on Odisha Reporter.



from Odisha Reporter https://ift.tt/30TTArA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages