ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେବେଳେ ପଜିଟିଭ ତ କେତେବେଳେ ନେଗେଟିଭ। ଏଭଳି ଭିନ୍ନ ଭିନ୍ନ ରିପୋର୍ଟ ଆସୁଥିବା ବେଳେ କାହାକୁ ଲୋକେ ବିଶ୍ୱାସ କରିବେ ତାହାକୁ ବିଶ୍ୱାସ କରି ହେଉ ନାହିଁ। କରୋନାରେ ଆକ୍ରାନ୍ତ ସନ୍ଦେହରେ ଜଣେ ମହିଳାଙ୍କର ସରକାରୀ ଓ ବେସରକାରୀ ଭାବେ ସ୍ୱାବ ଟେଷ୍ଟ ପରେ ମିଳିଛି ଏପରି ଭିନ୍ନ ରିପୋର୍ଟ। ଫଳରେ ରାଜ୍ୟରେ ହେଉଥିବା କରୋନା ଟେଷ୍ଟିଂରେ ତ୍ରୁଟି ରହିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଏଭଳି ବ୍ୟାପକ ତ୍ରୁଟି ନେଇ ଅଭିଯୋଗ ହୋଇଛି।
ମହିଳାଜଣକ ଗର୍ଭବତୀ ଥିବା ବେଳେ ଶାଶୁ ଘରୁ ନିଜ ବାପ ଘର ସ୍ଥାନୀୟ ଗଣପତି ବସ୍ତିକୁ ଆସିଥିଲେ। ଏହାପରେ ଗତ ୧୬ ତାରିଖରେ କରୋନା ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବିଏମ୍ସି ପକ୍ଷରୁ ୨୨ ତାରିଖରେ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା। ତେବେ ମହିଳାଜଣକ ସୁସ୍ଥ ଥିବା ବେଳେ ଏପରି ରିପୋର୍ଟକୁ ବିଶ୍ୱାସ କରି ପାରି ନ ଥିଲେ ପରିବାର ଲୋକେ । ଏହାପରେ ମହିଳାଙ୍କୁ କୋଭିଡ ହସ୍ପିଟାଲ ନିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ସରକାରୀ ରିପୋର୍ଟରେ ସନ୍ଦେହ ହେବାରୁ ମହିଳାଙ୍କ ପରିବାର ଲୋକେ ଘରୋଇ ହସ୍ପିଟାଲ୍ରେ ପୁଣି ଥରେ ତାଙ୍କ କରୋନା ଟେଷ୍ଟ କରାଇଥିଲେ । ଯେଉଁଠି ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।
ବିଏମ୍ସି ପକ୍ଷରୁ ପ୍ରଥମେ ରିପୋର୍ଟ ପଜିଟିଭ ଆସିବା କୁହାଯିବା ସହ ତାଙ୍କୁ ଚିକିତ୍ସା ନିମନ୍ତେ ନିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ପରେ ଆଉ ଯୋଗାଯୋଗ କରାଯାଇ ନଥିଲା। ଫଳରେ ଏବେ ସରକାରୀ ଟେଷ୍ଟିଂ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
The post କେତେବେଳେ ପଜିଟିଭ ତ କେତେବେଳେ ନେଗେଟିଭ ; ଏପରି ଆସୁଛି କରୋନା ଟେଷ୍ଟିଂ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/2OWEXOU
No comments:
Post a Comment