କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି; ଏଥର ଫୋକସ୍‌ରେ ହୋମ୍‌ ଆଇସୋଲେସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 29, 2020

କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି; ଏଥର ଫୋକସ୍‌ରେ ହୋମ୍‌ ଆଇସୋଲେସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଫଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପଡୁଛି ଅଧିକ ଚାପ । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି । ଏଥର ଫୋକସ୍‌ରେ ରହିଛି ହୋମ୍‌ ଆଇସୋଲେସନ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହାକୁ ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ତେବେ ଏହି ବ୍ୟବସ୍ଥା ଦ୍ୱାରା ସଂକ୍ରମଣକୁ ରୋକି ହେବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ।

ଏଣିକି ଲକ୍ଷଣ ନଥିବା କିମ୍ବା ଯେଉଁମାନଙ୍କର ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍‌ରେ ରହିବାକୁ ମିଳିବ ଅନୁମତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହାକୁ ଲାଗୁ କରାଯିବ । ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିଶନରଙ୍କୁ ଚିଠି ଲେଖିବା ସହ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିଛନ୍ତି ଏସଆରସି । ତେବେ ସେଥିପାଇଁ ସ୍ୱତନ୍ତ୍ର ରୁମ୍‌ ଏବଂ ଶୌଚାଳୟ ଥିବା ଜରୁରୀ।

ସେହିପରି ଗ୍ରାମ ପଞ୍ଚାୟତରେ ନୋଡାଲ ଅଫିସର ଓ ସହରାଞ୍ଚଳରେ ଓ୍ୱାର୍ଡ ନୋଡ଼ାଲ ଅଫିସରଙ୍କୁ ଦିଆଯାଇଛି ଦାୟିତ୍ୱ । ଜିଲା ଏମରଜେନ୍ସି ଅଫିସରଙ୍କ ଉପରେ ମଧ୍ୟ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତେବେ ହୋମ ଆଇସୋଲେସନରେ ଆକ୍ରାନ୍ତମାନେ ଘରେ ରହି ସରକାରୀ ଚିକିତ୍ସା ପାଇପାରିବେ ।

ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନରେ ରହିବାକୁ କୁହାଯିବ। ମୁଖ୍ୟତଃ ଘରେ ଅଲଗା ରୁମ୍‌ ଓ ଶୌଚାଳୟ ଥିଲେ ଏଥିପାଇଁ ଅନୁମତି ମିଳିବ। ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ସେମାନଙ୍କ ପାଇଁ ମେଡିକାଲ ଆସିଷ୍ଟାଣ୍ଟ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

ହୋମ୍‌ ଆଇସୋଲେସନରେ ରହିବ ଦ୍ୱାରା ଆକ୍ରାନ୍ତ ମାନସିକ ସ୍ତରରେ ଠିକ୍‌ ରହିବେ। ଘରେ ରହି ଚିକିତ୍ସା ହେବା ଦ୍ୱାରା କୌଣସି ବିପଦ ନାହିଁ।    ଘର ଲୋକ ଦୂରତା ରଖିଲେ, ସବୁବେଳେ ହାତକୁ ସାନିଟାଇଜ କରିବା ସହ କୋଭିଡ ନିୟମ ମାନି ଚଳିଲେ କିଛି ଅସୁବିଧା ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ କୁମାର ମିଶ୍ର।

The post କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି; ଏଥର ଫୋକସ୍‌ରେ ହୋମ୍‌ ଆଇସୋଲେସନ appeared first on Odisha Reporter.



from Odisha Reporter https://ift.tt/3gdhV2c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages