ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାକୁ ଶଟ୍ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।
କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ୪ ଦିନିଆ ଶଟ୍ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଏହି ସମୟରେ ହସ୍ପିଟାଲ, କ୍ଳିନିକ୍, ନର୍ସିଂ ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ। ଟେଲିକମ୍ ସେବା, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ। ଗଣମାଧ୍ୟମକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ମେଡିକାଲ ଷ୍ଟାଫମାନେ ମେଡିକାଲକୁ ଯିବା ଆସିବା କରି ପାରିବେ।
ଶଟ୍ଡାଉନ୍ ସମୟରେ ଅନ୍ୟ ଦୋକାନ,ବଜାର ସବୁ ବନ୍ଦ ରହିବ। ଏହା ସହ ଲୋକମାନେ କିଭଳି ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେବେ ସେନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।
The post ଆସନ୍ତାକାଲିଠୁ ବଲାଙ୍ଗିର ଶଟ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/30941IJ
No comments:
Post a Comment