ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସେମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର।
ରାଜ୍ୟର ତିନୋଟି ପୁରୁଣା କଲେଜରୁ ପିଜି ପାସ କରି ବିଭିନ୍ନ ବିଭାଗରେ ନିୟୋଜିତ ହୋଇଥିବା ଡାକ୍ତରଙ୍କୁ କୋଭିଡ ହସ୍ପିଟାଲ ଓ ଟ୍ରମା ସେଣ୍ଟରରେ ନିଯୁକ୍ତି କରାଯିବ। ଏନେଇ ତିନି ମେଡିକାଲ କଲେଜର ଅଧ୍ୟକ୍ଷ ତଥା ଅଧିକ୍ଷକଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି।
ତିନୋଟି ଗୁରୁଣା ମେଡିକାଲ କଲେଜରୁ ପିଜି ପାସ୍ କରିଥିବା ୪୪୭ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଏବଂ ଗ୍ରାମାଞ୍ଚଳରେ ଚୁକ୍ତିଭିତ୍ତିରେ ଦୁଇବର୍ଷିଆ ନିଯୁକ୍ତି ଦିଆଯାଇଛି। ତେବେ ବର୍ତ୍ତମାନ କୋଭିଡ ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିବା ଡାକ୍ତରଙ୍କୁ କୋଭିଡ୍ ଡ୍ୟୁଟି ଦେବାକୁ ସ୍ଥିର କରାଯାଇଛି।
ଏହି ଡାକ୍ତରମାନେ ପ୍ରଥମେ ୧୪ ଦିନିଆ କୋଭିଡ୍ ଡ୍ୟୁଟି କରିବେ। ଏହାପରେ ୧୪ ଦିନ ପାଇଁ ସରକାରୀ କ୍ୱାରେଣ୍ଟାଇନ ରହିବେ। ଏଭଳି ୨୮ ଦିନ ପରେ ସେମାନଙ୍କୁ କୋଭିଡ୍ ଦାୟିତ୍ୱରୁ ମୁକ୍ତ କରାଯିବ। କୋଭିଡ୍ ଦାୟିତ୍ୱରୁ ମୁକ୍ତ ହେବା ନିଯୁକ୍ତି ପାଇଥିବା ମେଡିକାଲରେ ସେମାନେ ଜଏନ୍ କରିବେ।
The post କରୋନା ଡ୍ୟୁଟି କରିବେ ପିଜି ଡାକ୍ତର appeared first on Odisha Reporter.
from Odisha Reporter https://ift.tt/3g1mYm9
No comments:
Post a Comment