୪ କୋଟି ଟଙ୍କା ମାଗୁଥିବା ଲେଡି ଡନ୍‌ ଗିରଫ, ଉଦ୍ଧାର ହେଲା ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 24, 2020

୪ କୋଟି ଟଙ୍କା ମାଗୁଥିବା ଲେଡି ଡନ୍‌ ଗିରଫ, ଉଦ୍ଧାର ହେଲା ଶିଶୁ

ଗୋଣ୍ଡା: ଜଣେ ବ୍ୟବସାୟୀଙ୍କ ନାତିକୁ ଅପହରଣ କରି ୪ କୋଟି ଟଙ୍କା ଦେବାକୁ ଧମକ ଦେଉଥିବା ପୂରା ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଏହି ଗ୍ୟାଙ୍ଗରେ ଜଣେ ମହିଳା ମଧ୍ୟ ରହିଥିଲେ। ଲେଡି ଡନ୍‌ ସହ ଉତ୍ତର ପ୍ରଦେଶର ଗୋଣ୍ଡା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିବା ସହ ଅପହରଣର ଶିକାର ହୋଇଥିବା ପିଲାଟିକୁ ସୁରକ୍ଷତି ଭାବେ ଉଦ୍ଧାର କରିଛି। ପୁଲିସ୍‌ର ଗିରଫଦାରୀ ବେଳେ ଗୁଳି ବିନିୟମ ହୋଇଥିବା ଖବର ମିଳିଛି।

ଗିରଫ ପ୍ରଥମ ଅପରାଧୀ ଜଣଙ୍କ ହେଉଛି ସୁରଜ ପାଣ୍ଡେ। ସୁରଜ ଗୋଣ୍ଡାର ଶାହପୁର ଥାନା ପରସଦପୁରରେ ରହୁଥିଲା। ଦ୍ୱିତୀୟ ଅପରାଧୀର ନାଁ ଚିତ୍ରା ପାଣ୍ଡେ। ସେ ବି ପରସପୁର ଅଞ୍ଚଳର। ତୃତୀୟ ଅପରାଧୀର ନାଁ ଉମେଶ ଯାଦବ ଓ ୪ର୍ଥ ଅପରାଧୀର ନାଁ ଦୀପୁ କଶ୍ୟପ।

ସୁରକ୍ଷିତ ଭାବେ ବ୍ୟବସାୟୀଙ୍କ ନାତିକୁ ଏସଟିଏଫ ଉଦ୍ଧାର କରିଥିବାରୁ ସରକାର ପୂରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ଓ ସମସ୍ତଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା କରିଛନ୍ତି।

ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ପୁଲିସ୍‌ର କାର୍ଯ୍ୟାନୁଷ୍ଠାନରେ ଦୀପୁ ଓ ଉମେଶ ଯାଦବ ଆହତ ହୋଇଛନ୍ତି। ସୁରଜ ଓ ଚିତ୍ରାକୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଅଲଟୋ କାର ସହ ୨ଟି ପିସ୍ତଲ ଜବତ ହୋଇଛି। ଏବେ ଆହତ ହୋଇଥିବା ଅପରାଧୀଙ୍କୁ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି।

ଏହି ୪ ଜଣ ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ନାତିଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ଫୋନ କରି ଚିତ୍ରା ୪ କୋଟି ଟଙ୍କା ଦେବାକୁ କହିଥିଲା। ଏନେଇ ଖବର ମିଳିବା ପରେ ପୁଲିସ୍‌ ଓ ଏସଟିଏଫ ଅପରେସନ ଆରମ୍ଭ କରିଥିଲା। ଶେଷରେ ଏକ ନିଛାଟିଆ ସ୍ଥାନରେ ସମସ୍ତଙ୍କୁ ଠାବ କରାଯାଇଥିଲା।

ପୁଲିସ୍‌କୁ ଦେଖି ଅପରାଧୀମାନେ ଗୁଳି କରିଥିଲେ। ହେଲେ ପାଲଟା ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି ଓ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।

The post ୪ କୋଟି ଟଙ୍କା ମାଗୁଥିବା ଲେଡି ଡନ୍‌ ଗିରଫ, ଉଦ୍ଧାର ହେଲା ଶିଶୁ appeared first on Odisha Reporter.



from Odisha Reporter https://ift.tt/3hA7xBT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages