ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ମୃତ୍ୟୁସଂଖ୍ୟା ୨୩ ହଜାର ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ମୃତ୍ୟୁସଂଖ୍ୟା ୨୩ ହଜାର ଡେଇଁଲା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ କରୋନା ଭାଇରସ ପ୍ରତିଦିନ ଦେଶରେ ନୂଆନୂଆ ରେକର୍ଡ କରି ଚାଲିଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ ୨୮ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୫୦୦ ଜଣଙ୍କ ମୃତ୍ୟୁ ଘଟିବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩ ହଜାର ପାର କରିଛି। ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ରେକର୍ଡ ୨୮, ୭୦୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୮,୨୫୪କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୨୩,୧୭୪ ରହିଛି।

ଆଜି ଆରୋଗ୍ୟଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ପାର କରିଛି। ଏବେ ଦେଶରେ ୫,୫୩, ୪୭୧ ଜଣ ସୁସ୍ଥ ହୋଇଛନ୍ତି ଓ ୩,୦୧,୬୦୯ ଆକ୍ଟିଭ କେସ୍‌ ରହିଛି।

ମହାରାଷ୍ଟ୍ରରେ ପୁଣିଥରେ ୭ ହଜାରୁ ଅଧିକ ମାମଲା ସାମ୍ନାକୁ ଆସିବାରୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ପାର କରିଛି। ବର୍ତ୍ତମାନ ସୁଦ୍ଧା ୨,୫୪,୪୨୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୨୮୯ ଜଣ ପ୍ରାଣ ହରାଇଛନ୍ତି। ୧,୪୦,୩୨୫ ଜଣ ସୁସ୍ଥ ହୋଇଛନ୍ତି ଓ ୧,୦୩,୮୧୩ ଆକ୍ଟିଭ କେସ ରହିଛି।

ତାମିଲନାଡୁରେ ବି ଦିନକରେ ପ୍ରାୟ ୫ ହଜାର ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ରାଜ୍ୟରେ ୧,୩୮,୪୭୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୬୬ ଜଣଙ୍କ ମୁଣ୍ଡ ଗଡ଼ିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ଆକ୍ଟିଭ କେସ୍‌ ଦିନକୁ ଦିନ ହ୍ରାସ ପାଉଛି। ଏହାର ଅର୍ଥ ଅଧିକର ଅଧିକ ଲୋକ ଏଠାରେ ସୁସ୍ଥ ହେଉଛନ୍ତି।

ଏଯାଏ ମୋଟ ୧,୧୨,୪୯୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୯,୯୬୮ ଜଣ ସୁସ୍ଥ ହେଲେଣି। କରୋନା ରାଜ୍ୟରେ ୩୩୭୧ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୧୯,୧୫୫ ଆକ୍ଟିଭ କେସ୍‌ ରହିଛି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୩୨୮, ଅରୁଣାଚଳ ପ୍ରଦେଶରେ ୨, ଆସାମରେ ୩୫, ବିହାରରେ ୧୪୩, ଚଣ୍ଡିଗଡ଼ରେ ୮, ଛତିଶଗଡ଼ରେ ୧୯, ଗୋଆରେ ୧୪, ଗୁଜରାଟରେ ୨୦୪୫, ହରିଆଣାରେ ୩୦୧, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୧୭୯, ଝାରଖଣ୍ଡରେ ୩୦, କର୍ଣ୍ଣାଟକାରେ ୬୮୪, କେରଳରେ ୩୧, ଲଦାଖରେ ୧, ମଧ୍ୟପ୍ରଦେଶରେ ୬୫୩, ମେଘାଳୟରେ ୨, ଓଡ଼ିଶାରେ ୬୪, ପୁଡୁଚେରୀରେ ୧୮, ପଞ୍ଜାବ ୧୯୯, ରାଜସ୍ଥାନରେ ୫୧୦, ତେଲେଙ୍ଗାନାରେ ୩୫୬, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୪୭, ଉତ୍ତର ପ୍ରଦେଶରେ ୯୩୪ ଓ ପଶ୍ଚିମବଙ୍ଗରେ ୯୩୨ ଜଣ ପ୍ରାଣ ହରାଇଛନ୍ତି।

The post ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ମୃତ୍ୟୁସଂଖ୍ୟା ୨୩ ହଜାର ଡେଇଁଲା appeared first on Odisha Reporter.



from Odisha Reporter https://ift.tt/3el8KuU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages