ମାସ୍କ ପିନ୍ଧାକୁ ନେଇ ବିବାଦ: ୧୯ ବର୍ଷୀୟ ଯୁବତୀଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

ମାସ୍କ ପିନ୍ଧାକୁ ନେଇ ବିବାଦ: ୧୯ ବର୍ଷୀୟ ଯୁବତୀଙ୍କୁ ହତ୍ୟା

ବିଜୟୱାଡା: ମହାମାରୀ କାରୋନା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହି ମାସ୍କ ପିନ୍ଧା ବିବାଦକୁ ନେଇ ଜଣେ ୧୯ ବର୍ଷୀୟ ଯୁବତୀ ହତ୍ୟାର ଶିକାର ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ଗୁଣ୍ଠୁର ଜିଲ୍ଲା ରେଣ୍ଟାଛିଣ୍ଟାଲାରେ ଏହି ଘଟଣା ଘଟିଛି। ପ୍ରାଣ ହରାଇଥିବା ଯୁବତୀ ଜଣଙ୍କ ହେଉଛନ୍ତି କ୍ରାନ୍ତୀ ଫତିମା।

ପୁଲିସ୍‌ର ସୂଚନା ଅନୁଯାୟୀ, ଘଟଣାଟି ଜୁଲାଇ ୩ରେ ଘଟିଥିଲେ ହେଁ ଶନିବାର ଦିନ ଫତିମାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫତିମାଙ୍କ ମା’ ଗାଁରେ ବୁଲୁଥିବା ୧୯ ବର୍ଷୀୟ ମଲ୍ଲିକାର୍ଜୁନଙ୍କୁ ମାସ୍କ ପିନ୍ଧି ନଥିବାରୁ ପ୍ରଶ୍ନ କରିଥିଲେ। ଏହାପୂର୍ବରୁ ମଲ୍ଲିକାର୍ଜୁନ ଓ ତାଙ୍କ ଭାଇ ଫତିମାଙ୍କ ବାପା ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ଧମକଚମକ ଦେବା ସହ ପ୍ରଶ୍ନ କରିଥିଲେ।

ତେଣୁ ଏବେ ମଲ୍ଲିକାର୍ଜୁନ ମାସ୍କ ପିନ୍ଧି ନଥିବାରୁ ଫତିମାଙ୍କ ମା’ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ମଲ୍ଲିକାର୍ଜୁନ ଯୁକ୍ତିତର୍କ ଆରମ୍ଭ କରିଥିଲେ। କିଛି ସମୟ ପରେ ଏହା ହାତାହାତି ସ୍ଥିତିକୁ ଚାଲି ଯାଇଥିଲା। ମଲ୍ଲିକାର୍ଜୁନଙ୍କ ସମର୍ଥନରେ ତାଙ୍କ ବାପା, ଭାଇ ଓ ଦାଦା ମିଳିତ ଭାବେ ଫତିମାଙ୍କ ବାପା ଓ ମା’ଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ।

ଏହା ଦେଖି ଫତିମା ବାପା ମା’ଙ୍କୁ ରକ୍ଷା କରିବାକୁ ଆଗେଇ ଆସିଥିଲେ। ହେଲେ ଏହି ସମୟରେ ଫତିମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ସେ ସେଠାରେ ହିଁ ଠିଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସପ୍ତାହ ଧରି ଚିକିତ୍ସା ଚାଲିଥିଲେ ହେଁ ଫତିମା ଆଖିବୁଜି ଦେଇଛନ୍ତି। ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

The post ମାସ୍କ ପିନ୍ଧାକୁ ନେଇ ବିବାଦ: ୧୯ ବର୍ଷୀୟ ଯୁବତୀଙ୍କୁ ହତ୍ୟା appeared first on Odisha Reporter.



from Odisha Reporter https://ift.tt/2CtX63D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages