ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଜି ଏନକାଉଣ୍ଟର ପରେ ଏନକାଉଣ୍ଟର ହେବାରେ ଲାଗିଛି। କାନପୁରର ବାରା ଅଞ୍ଚଳରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପରେ ପୁଲିସ୍ ବାହାରିଚ୍ରେ ଅନ୍ୟତମ କୁଖ୍ୟାତ ଅପରାଧୀ ପାନ୍ନା ଯାଦବକୁ ଗୁଳି କରିଛି।
ପାନ୍ନା ଯାଦବ ବିଷୟରେ ସୂଚନା ପାଇଁ ପୁଲିସ୍ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଏଡିଜି(ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି, ପାନ୍ନା ଯାଦବ ଓରଫ ସୁମନ ଯାଦବ ହାରଡି ଅଞ୍ଚଳର ଅହିରାନପୁରୱାରେ ଲୁଚିଥିବା ଖବର ମିଳିଥିଲା। ଏସଟିଏଫର ସଦସ୍ୟମାନେ ତାକୁ ଘେରାଉ କରିବା ବେଳେ ସେ ଗୁଳିମାଡ଼ କରିଥିଲା।
ଏସଟିଏଫ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଉଥିଲା। ଗୁଳି ବିନିମୟରେ ପାନ୍ନା ଯାଦବ ପ୍ରାଣ ହରାଇଛି। ଯାଦବ ନାଁରେ ୨୦ରୁ ଅଧିକ ହତ୍ୟା, ଡକାୟତି ଓ ବଟି ଆଦାୟ ଭଳି ମାମଲା ରହିଥିଲା। ମହରାଜାଗଞ୍ଜ, ଗୋରଖପୁର, ବାରାବାଙ୍କି, ଆଜମଗଡ଼ ଓ ଲକ୍ଷୀପୁର ଜିଲ୍ଲାରେ ତା’ ନାଁରେ ମାମଲା ରହିଥିଲା। ସେ ଗୋରଖପୁର ଜେଲରେ ଥିବା ବେଳେ ଖସି ଚାଲିଯିବାକୁ ସକ୍ଷମ ହୋଇଥିଲା। ଏପରି କି ସେ ଜେଲରଙ୍କୁ ମଧ୍ୟ ମାଡ଼ ମାରିଥିଲା।
The post ପୁଲିସ୍ର ଡବଲ୍ ଏନକାଉଣ୍ଟର୍: ବିକାଶ ପରେ ଅପରାଧୀ ପାନ୍ନା ଯାଦବ ନିହତ appeared first on Odisha Reporter.
from Odisha Reporter https://ift.tt/3fb8n7j
No comments:
Post a Comment