ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ମୁଜାଗଡ଼ ପଞ୍ଚାୟତକୁ ସରପଞ୍ଚ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଗତ ଦୁଇ ଦିନ ହେବ ପଞ୍ଚାୟତର ଦୁଇଟି ଗାଁରେ ତିନୋଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଗୋଷ୍ଠୀ ସଂକ୍ରମଣକୁ ଆଶଙ୍କା କରି ସରପଞ୍ଚ ଶିବ ଶଙ୍କର ପ୍ରଧାନ ଆଜିଠୁ ୧୬ ତାରିଖ ଯାଏ ପଞ୍ଚାୟତକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି।
ଶଟ୍ଡାଉନ୍ ସମୟରେ କେବଳ ମେଡିକାଲ ସେବା ଚାଲୁ ରହିବ। ବାକି ସବୁ ଦୋକାନ ବଜାର ବନ୍ଦ ରହିବ। ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ହୋମ ଡେଲିଭରି କରାଯିବ। ସେଥିଲାଗି ଭଲ୍ୟୁଣ୍ଟରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ଲୋକଙ୍କୁ ଘରୁ ନବାହାରିବା ପାଇଁ ଡେଣ୍ଡୁରା ବାଡ଼େଇ ସଚେତନ କରାଯାଇଛି। ଏଥିସହ ଘରେ ରହିଲେ କରୋନା ମୁକ୍ତ ହୋଇ ପାରିବା ବୋଲି ସରପଞ୍ଚ ଘର ଘର ବୁଲି ଲୋକଙ୍କୁ ସଚେତନ କରିଥିବା କହିଛନ୍ତି।
The post ମୁଜାଗଡ଼ ପଞ୍ଚାୟତ ଶଟ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/320W1e7
No comments:
Post a Comment