କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ) : ଜୀବନ ରକ୍ଷା କରୁଥିବା ଡାକ୍ତର ଶେଷରେ ଆକ୍ରମଣ ମୁହାଁ ହେଲେ। ଏପରିକି ୨ ଡାକ୍ତର ଭାଇ ସାମ୍ବାଦିକ ଓ ପୁଲିସ୍ଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସହରରେ ଦେଖିବାକୁ ମିଳିଥିବା ବେଳେ ପୁଲିସ୍ ୨ ଡାକ୍ତର ଭାଇ ଦେବାଶିଷ ସାହୁ ଓ ଶିବାଶିଷ ସାହୁ ଓ ତାଙ୍କ ୬ କର୍ମଚାରୀଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
ଗତକାଲି କେନ୍ଦ୍ରାପଡ଼ା ସହରରେ ଥିବା ଏକ ଘରୋଇ ନର୍ସିଂହୋମ୍ ସମ୍ମୁଖରେ ଗହଳି ହୋଇଥିବା ବେଳେ ସେଠାକୁ ଯାଇଥିବା ଜଣେ ସାମ୍ବାଦିକ ଏହାର ଫଟୋ ଉଠାଇ ଦେଇଥିଲେ। ଏହି ସମୟରେ ଉକ୍ତ ନର୍ସିଂହୋମ୍ ମାଲିକ ୨ ଭାଇ ସେଠାରେ ପହଞ୍ଚି ଫଟୋ କାହିଁକି ଉଠାଇଲ ବୋଲି କହି ଗାଳିଗୁଲଜ କରିଥିଲେ। ଏପରିକି ଉକ୍ତ ୨ ଡାକ୍ତର ତଥା ସେମାନଙ୍କ ଷ୍ଟାଫ୍ମାନେ ଉକ୍ତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏପରିକି ତାଙ୍କ ବାଇକ୍କୁ ମଧ୍ୟ ଭଙ୍ଗାରୁଜା କରିଦେଇଥିଲେ।
ଖବର ପାଇ ପୁଲିସ୍ ପହଞ୍ଚିବା ପରେ ମଧ୍ୟ ସେମାନଙ୍କ ଦାଦାଗିରି ସରି ନ ଥିଲେ। ଉକ୍ତ ୨ ଭାଇ ପୁଲିସ୍ ସହ ମଧ୍ୟ ଯୁକ୍ତିତର୍କ ଓ ଧସ୍ତାଧସ୍ତି କରିବାକୁ ପଛାଇ ନ ଥିଲେ। ଏହାପରେ ପୁଲିସ୍ ରାତିରେ ପହଞ୍ଚି ଉକ୍ତ ୨ ଡାକ୍ତର ଭାଇଙ୍କ ସମେତ ସମୁଦାୟ୮ ଜଣଙ୍କୁ ଗିରଫ କରି ନେଇଛି।
The post ୨ ଡାକ୍ତର ଭାଇଙ୍କ ଦାଦାଗିରି; ପୁଲିସ୍, ସାମ୍ବାଦିକଙ୍କୁ ପିଟି ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/2DnXYqY
No comments:
Post a Comment