ଆଜି ଇଦ-ଉଲ-ଜୁହା; ଘରେ ରହି ହେବ ନମାଜ ପାଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 31, 2020

ଆଜି ଇଦ-ଉଲ-ଜୁହା; ଘରେ ରହି ହେବ ନମାଜ ପାଠ

ଭଦ୍ରକ(ପାର୍ଥସାରଥୀ ନାୟକ): କରୋନା କଟକଣା ଯୋଗୁଁ ତ୍ୟାଗ, ବଳିଦାନ ତଥା ସମର୍ପଣର ପର୍ବ ଇଦ- ଉଲ-ଜୁହାକୁ ଚଳିତ ବର୍ଷ ଭଦ୍ରକରେ ସଂପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯିବ । ଅନ୍ୟ ପକ୍ଷରେ ଆଜିଠାରୁ ଭଦ୍ରକ ଜିଲ୍ଲା ୪୮ ଘଣ୍ଟିଆ ଶଟଡାଉନ୍‌ ଘୋଷଣା କରାଯାଇଛି । ତେଣୁ ପ୍ରଶାସନ ସହିତ ଆଲୋଚନା କରି ସାମାଜିକ ଦୂରତା ଅବଲମ୍ବନ କରି ଇଦଗାହାଠାରେ ମାତ୍ର ୫ ଜଣ ରହି ନମାଜ ପାଠ କରିବେ ବୋଲି ସ୍ଥିର ହେଇଛି ।

ଇଦ- ଉଲ-ଜୁହା ପର୍ବ ହେଉଛି ଆଲ୍ଲାଙ୍କଠାରେ ସମର୍ପିତ ହେବାର ପର୍ବ । ତେଣୁ ମୁସଲିମ ଧର୍ମାବଲମ୍ବିମାନେ ନିଜ ନିଜ ଘରେ ରହି ଏହି କଟକଣାକୁ ମାନି ଯଥା ସମ୍ଭବ କୁରୁବାନି କରିବେ । ସେହିପରି ଶଟଡାଉନ୍‌କୁ ମାନି ସମସ୍ତେ ଘରେ ରହି ନମାଜ ପାଠ କରିବେ । କେହି ମସଜିଦକୁ ଯାଇ ଭିଡ଼ ଜମେଇବେ ନାହିଁ ବୋଲି ଚଉଦ ମହଲା ମୁସଲିମ ଜାମାତ ପକ୍ଷରୁ ସ୍ଥିର ହେଇଛି । ଅନ୍ୟ ପକ୍ଷ ପୁଲିସ୍‌ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ଵ୍ୟବସ୍ଥା ହୋଇଛି  ।

The post ଆଜି ଇଦ-ଉଲ-ଜୁହା; ଘରେ ରହି ହେବ ନମାଜ ପାଠ appeared first on Odisha Reporter.



from Odisha Reporter https://ift.tt/33eR5TF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages