ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଲ ବର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 7, 2020

ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଲ ବର୍ମା

ମୁମ୍ବାଇ: ‘ରଙ୍ଗୀଲା’, ‘ସତ୍ୟା’, ‘ଦିଲ୍‌ ସେ’, ‘ଶୂଲ୍‌’, ‘କମ୍ପାନୀ’, ‘ଅବ୍‌ ତକ୍ ଛପନ୍‌’ ଓ ‘ସରକାର’ ଭଳି ଫିଲ୍ମ ତିଆରି କରିଥିବା ରାମ ଗୋପାଲ ବର୍ମା ଏକ ନୂଆ ଫିଲ୍ମ କରିବାକୁ ଯାଉଛନ୍ତି। ଏ ଫିଲ୍ମର ନାଁ ରଖିଛନ୍ତି ‘ଥ୍ରୀଲର୍‌’। ଏହି ଫିଲ୍ମରେ ସେ ଯାହାଙ୍କୁ ଅଭିନେତ୍ରୀ ଭାବେ ନେବା ପାଇଁ ଚୟନ କରିଛନ୍ତି, ସେ ଓଡ଼ିଶାର । ତାଙ୍କ ନାଁ ଅପ‌ସରା ରାଣୀ। ଆଉ ରାମ ଗୋପାଲ ବର୍ମାଙ୍କ ଏହି ନୂଆ ହିରୋଇନ୍ ଏବେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟି ଯାଇଛନ୍ତି। ତାଙ୍କ ଫଟୋ ଖୁବ୍ ଭାଇରାଲ ମଧ୍ୟ ହେଉଛି। ରାମ ଗୋପାଲ ବର୍ମା ମଧ୍ୟ ଅପ୍‌ସରାଙ୍କ ଉପରେ ବେଶ୍ ଫିଦା ଓ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।


ରାମ ଗୋପାଲ ବର୍ମା ସୋମବାର ଟ୍ୱିଟ୍ କରି ଲେଖିଥିଲେ- ଆର୍‌ଜିବି ୱାର୍ଲ୍ଡ ଥିଏଟରର ପରବର୍ତ୍ତୀ ଫିଲ୍ମରେ ଅପସରା ରାଣୀ ହିରୋଇନ୍ ହେବେ। ଏହି ଫିଲ୍ମର ନାଁ ହେଉଛି ‘ଥ୍ରୀଲର’।

ଏହା ପରେ ସେ ଅପସରାଙ୍କ କିଛି ଫଟୋ ଶେଆର କରିଥିଲେ। ରାମ ଗୋପାଲଙ୍କ କହିବା ଅନୁଯାୟୀ, ଅପସରା ଜଣେ ବହୁତ ବଢ଼ିଆ ନୃତ୍ୟଶିଳ୍ପୀ। ତା’ ସହିତ ସେ ଜଣେ ଖୁବ୍ ଭଲ ଅଭିନେତ୍ରୀ।


ରାମ ଗୋପାଲଙ୍କ ଟ୍ୱିଟ୍‌ର ୭ ଘଣ୍ଟା ଭିତରେ ଅପସରାଙ୍କ ଫୋଲଅର୍ସ ସଂଖ୍ୟା ୧୦ ହଜାର ବଢ଼ି ଯାଇଛି। ଏହା ଦେଖି ରାମ ଗୋପାଲ ବର୍ମା କହିଛନ୍ତି କୌଣସି ନୂଆ ଅଭିନେତ୍ରୀଙ୍କ କ୍ଷେତ୍ରରେ ଏହା ଏକ ରେକର୍ଡ।

ସେହିପରି ଅପସରା ମଧ୍ୟ ଗତକାଲି ଏନେଇ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଫୋଲଅର୍ସ ବଢ଼ିଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି।

ଅବଶ୍ୟ ଅପସରାଙ୍କୁ ନେଇ ରାମ ଗୋପାଲ ବର୍ମାଙ୍କ ଟ୍ୱିଟ୍ ବିବାଦ ମଧ୍ୟ ସୃଷ୍ଟି କରିଥିଲା। କାରଣ ସେ ଏଥିରେ ଲେଖିଥିଲେ ଯେ ୧୯୯୯ ମସିହା ମହାବାତ୍ୟା ପରେ ସେ ଓଡ଼ିଶା ବିଷୟରେ ବହୁତ କମ୍ ଜାଣିଥିଲେ। କିନ୍ତୁ ଅପସରାଙ୍କ ସହିତ ଭେଟ ହେବା ପରେ ଓଡ଼ିଶା ଅନେକ ପ୍ରକାରର ଝଡ଼ ସୃଷ୍ଟି କରିପାରେ ବୋଲି ଅନୁଭବ ହେଲା।


ଓଡ଼ିଶାକୁ ନେଇ ବର୍ମାଙ୍କର ଏହି କଥାକୁ ଅନେକ ଓଡ଼ିଆ ଲୋକ ନାପସନ୍ଦ କରିଥିଲେ। ଅବଶ୍ୟ ପରେ ସେ ଓଡ଼ିଶାକୁ ନେଇ ନିଜର ମନ୍ତବ୍ୟରେ ପରିବର୍ତ୍ତନ କରିଥିଲେ। ସେ ଆଉ ଏକ ଟ୍ୱିଟ୍ କରି ଲେଖିଥିଲେ- ‘କେବେ ଭାବି ନଥିଲି ଯେ ‘ଓଡ଼ିଶା’ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ପ୍ରତିଭାର ଗନ୍ତାଘର ହେବ। କିନ୍ତୁ ଅପସରାଙ୍କୁ ଦେଖିବା ପରେ ଲାଗୁଛି, ଉଭୟ ନିଜେ ଓଡ଼ିଶା ଓ ଦେଶରର ବାକି ଭାଗ ଓଡ଼ିଶା ଉପରେ ଗୁରୁତ୍ୱର ସହ ଦୃଷ୍ଟି ଦେବେ।


ସୂଚନାଯୋଗ୍ୟ, ଅପସରା ଓଡ଼ିଶାରେ ଜନ୍ମ ହୋଇଛନ୍ତି। କିନ୍ତ ପଢ଼ାପଢ଼ି ଡେରାଡୁନ୍‌ରେ କରିଛନ୍ତି। ଏବେ ସେ ହାଇଦ୍ରାବାଦରେ ରହୁଛନ୍ତି। ସେ ‘ଉଲାଲା ଉଲାଲା’ ଓ ‘ଫୋର୍ ଲେଟର୍ସ’ ଭଳି ତେଲୁଗୁ ଫିଲ୍ମରେ କାମ କରିଛନ୍ତି।

The post ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଲ ବର୍ମା appeared first on Odisha Reporter.



from Odisha Reporter https://ift.tt/2VW5srC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages