୪ ମାସ ତଳେ ସଂସାର ଗଢ଼ିଥିଲେ ରୂପଶ୍ରୀ; କାଳ ହେଲା ଯୌତୁକ ଲୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 7, 2020

୪ ମାସ ତଳେ ସଂସାର ଗଢ଼ିଥିଲେ ରୂପଶ୍ରୀ; କାଳ ହେଲା ଯୌତୁକ ଲୋଭ

ଆଠଗଡ଼(ନିଳକଣ୍ଠ ଦୋରା):  ୪ ମାସ ପୂର୍ବେ ଗଢ଼ିଥିଲା ନୂଆ ସଂସାର। ମନରେ ଅସୁମାରୀ ସ୍ୱପ୍ନ ନେଇ ଶାଶୁ ଘରେ ପାଦ ଦେଇଥିଲା। ସ୍ୱାମୀ ହାତ ଧରି ବାଟ ଚାଲିବାକୁ ଦେଖିଥିବା ସ୍ୱପ୍ନ କିନ୍ତୁ ପାଣି ଫୋଟକା ପରି ମିଳାଇଗଲା। ସୁଖ ସଂସାରରେ ଗ୍ରହଣ ଲଗାଇଲା ଯୌତୁକ ରୂପି ରାକ୍ଷାସ।  କିଛି ଦିନ ପୂର୍ବେ ଯିଏ ବଧୂ ବେଶରେ ସଜେଇ ହୋଇ ଶାଶୁ ଘରେ ପାଦ ଥାପିଥିଲା, ଏବେ ସେ କୋକେଇରେ ବୁହା ହୋଇଗଲା। ଏପରି ହୃଦୟ ବିଦାୟକ ଘଟଣା କଟକ ଜିଲ୍ଲା ଆଠଗଡ଼ ଥାନା ଅଧୀ ଚମ୍ପାପୁର ଗାଁରେ ଘଟିଛି। ଯୌତୁକ ପାଇଁ ଶାଶୁ ଘର ଲୋକେ ଝିଅକୁ ମାରି ଟାଙ୍ଗି ଦେଇଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଝିଅ ଘର ପରିବାର ଲୋକ।

ସୂଚନା ଅନୁଯାୟୀ, ୪ ମାସ ପୂର୍ବେ ଆଠଗଡ଼ ଥାନା ଚମ୍ପାପୁର ଗାଁର ରୂପଶ୍ରୀ ତରଢ଼ି ଗ୍ରାମର ପ୍ରକାଶଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଯୌତୁକ ବାବଦରେ ନଗଦ ୬୦ ହଜାର ଟଙ୍କା ସୁନା ଚେନ, ମୁଦି ଓ  ଅନ୍ୟାନ୍ୟ ଆବଶ୍ୟକୀୟ ଘର କରଣା ସାମଗ୍ରୀ ଦିଆଯାଇଥିଲା। କିନ୍ତୁ ପ୍ରକାଶଙ୍କ ପରିବାର  ଲୋକ ଏକ ଲକ୍ଷ ଟଙ୍କା ଆଣିବାକୁ ରୂପଶ୍ରୀଙ୍କ ଉପରେ ଚାପ ପକାଇବା ସହ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ଗତ ସୋମବାର ସନ୍ଧ୍ୟାରେ ଝିଅର ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପ ଘରକୁ ଫୋନ ଆସିଥିଲା। ପରିବାର ଲୋକେ ପହଞ୍ଚି ଝୁଲନ୍ତା ଅବସ୍ଥାରେ  ଝିଅର ମୃତଦେହ ଦେଖିବାକୁ ପାଇଥିଲେ।  ଝିଅକୁ ଶାଶୁ ଘର ଲୋକେ ମାରି ଟାଙ୍ଗି ଦେଇଥିବା ରୂପଶ୍ରୀଙ୍କ ବାପା ଛବି ରାଉତ ଆଠଗଡ଼ ଥାନାରେ ଏତଲା ଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଗତକାଲି ଶବ ଜବତ କରି ବ୍ୟବଛେଦ ପାଇଁ ଆଠଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇଥିଲା। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ କରିଛି।  ପରେ ପରିବାର ଲୋକେ ଶବ ସତ୍କାର କରିଥିବା ଜଣାଯାଇଛି।

The post ୪ ମାସ ତଳେ ସଂସାର ଗଢ଼ିଥିଲେ ରୂପଶ୍ରୀ; କାଳ ହେଲା ଯୌତୁକ ଲୋଭ appeared first on Odisha Reporter.



from Odisha Reporter https://ift.tt/3iGhzCL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages