ଜମି ବିବାଦରୁ ଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ଜମି ବିବାଦରୁ ଗଲା ଜୀବନ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଜମି ନେଲା ଜୀବନ। ଜମି ବିବାଦରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି।  ମୃତକ ହେଉଛନ୍ତି ଧରଣୀଧର ଦାସ ।

ଗତକାଲି ସନ୍ଧ୍ୟାରେ ଗାଁର ସୁରଞ୍ଜନ ମଣ୍ଡଳ ଏବଂ ଧରଣୀଧର ଦାସଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜମିଜମା ବିବାଦକୁ କେନ୍ଦ୍ର କରି ପାଟିତୁଣ୍ଡ ହେବା ପରେ ଉତ୍ତ୍ୟକ୍ତ ହୋଇ ଧରଣୀଧରଙ୍କୁ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ହତ୍ୟା କରିଥିଲା ସୁରଞ୍ଜନ ।

ଏନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି । ପୁଲିସ୍‌ ଅଭିଯୁକ୍ତର ମା’ଙ୍କୁ ରାଜନଗର ଥାନାରେ ଅଟକ ରଖି ପଚରାଉଚରା କରୁଛି ।

The post ଜମି ବିବାଦରୁ ଗଲା ଜୀବନ appeared first on Odisha Reporter.



from Odisha Reporter https://ift.tt/2Ztdg4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages