ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ନୂଆଦିଲ୍ଲୀ: ପରଲୋକରେ ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପୂର୍ବତନ ବ୍ୟାଟସମ୍ୟାନ୍ ଏଭେରଟନ ଓ୍ୱିକେସ। ବୁଧବାର ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଏଭେରଟନ ଓ୍ୱିକେସ ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ଥିଲେ। ସେ ଫାଉଣ୍ଡିଂ ଫାଦର ନାମରେ ମଧ୍ୟ ଜଣାଶୁଣା। ୧୯୪୮ରେ ସେ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। ୧୦ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ ଏହି ମହାନ କ୍ରିକେଟର। କ୍ରିକେଟରେ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ସେ କ୍ରିଜରେ ଗ୍ରାଉଣ୍ଡ ଷ୍ଟାଫ ଭାବରେ କାର୍ଯ୍ୟ କରୁଥିଲେ।

ସେ ୪୮ଟି ଟେଷ୍ଟ ମ୍ୟାଚ ଖେଳି ୪ ହଜାର ୪୫୫ ରନ୍ ସଂଗ୍ରହ କରିଥିଲେ। ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୦୭ ଥିଲା। ଏହି ୪୮ଟି ଟେଷ୍ଟ ମ୍ୟାଚରୁ ସେ ୧୫ଟି ଶତକ ମାରିଥିଲେ। ଲଗାତର ୫ଟି ଶତକ ମାରିବାରେ ଇଭେରଟନ ଓ୍ୱିକେସଙ୍କ ନାମରେ ରେକର୍ଡ ରହିଛି।

୧୯୪୮ରେ ମାର୍ଚ୍ଚରୁ ଡିସେମ୍ୱର ମଧ୍ୟରେ ସେ ଲଗାତାର ୫ଟି ଶତକ ମାରିଥିଲେ। ସେ ଷଷ୍ଠ ଥର ପାଇଁ ମଧ୍ୟ ଶତକ ମାରିଥାନ୍ତେ। ହେଲେ ଅମ୍ପଏୟାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଏଭେରଟନ ୯୦ ରନରେ ଆଉଟ୍ ହୋଇଥିଲେ। ଏହି ସମୟ ମଧ୍ୟରେ ସେ ଭାରତ ବିପକ୍ଷରେ ୧୨୮, ୧୯୪, ୧୬୨ ଏବଂ ୧୦୧ ରନ୍ କରିଥିଲେ। ମୋଟ୍ ୧୨ଟି ଇନିଂସ ଖେଳି ଏଭେରଟନ ଓ୍ୱିକେସ ହଜାରେ ରନ୍ କରିବାରେ ସଫଳ ହୋଇଥିଲେ।

ଏଭେରଟନ ଓ୍ୱିକେସଙ୍କ ଜନ୍ମ ୧୯୨୫ ମସିହା ଫେବୃଆରୀ ୨୬ରେ ହୋଇଥିଲା। ସେ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ୧୪ ବର୍ଷ ବୟସରେ ସେ ସ୍କୁଲ୍ ଛାଡ଼ି ଦେଇଥିଲେ। ଏହାପରେ ସେ ସ୍ଥାନୀୟ କ୍ଲବରୁ କ୍ରିକେଟ ଖେଳୁଥିଲେ। ସେ ଫୁଟବଲ ମଧ୍ୟ ଖେଳିବାରେ ମଧ୍ୟ ରୁଚି ରଖୁଥିଲେ।

The post ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ appeared first on Odisha Reporter.



from Odisha Reporter https://ift.tt/38ka3Zo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages