ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ୍, ଲୁକ୍ ଓ ଅନ୍ଦାଜରେ ସମସ୍ତେ ଫିଦା। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଫ୍ୟାନ୍ ଫଲୋଇଂ ବେଶ୍ ଭଲ ରହିଛି। ନିକଟରେ ସେ ଲଗାତାର ହିଟ୍ ଫିଲ୍ମ ଦେଇ ପ୍ରାୟ ସବୁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଯାଇଛନ୍ତି। ସେହିପରି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ ଫଲୋଇଂ ବି କିଛି କମ୍ ନୁହେଁ। ସାଉଥ୍ର ସବୁଠୁ ସଫଳ ଅଭିନେତାଙ୍କ ଗହଣରେ ସାମିଲ ଅଛନ୍ତି ପ୍ରଭାସ। ଟିକେ ଭାବିଲେ ଏହି ଦୁଇ ଦମ୍ଦାର୍ ସୁପରଷ୍ଟାର ଯଦି ଏକାଠି ପରଦାରେ ଆସିବେ ତେବେ କ’ଣ ହେବ? ଫିଲ୍ମଟି ଏକଦମ୍ ଧମାକେଦାର୍ ହେବ। ଖୁବ୍ ଶୀଘ୍ର ଏମିତି ହିଁ ଧମାକା ହେବାକୁ ଯାଉଛି। କାରଣ ଏହି ଦୁଇ ଷ୍ଟଣ୍ଟ ସୁପରଷ୍ଟାର୍ ଏକାଠି ନଜର ଆସିବାକୁ ଯାଉଛନ୍ତି।
ହ୍ରିତିକ୍ ରୋଶନ ବର୍ତ୍ତମାନ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ସହ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ତାନାଜୀ ଦି ‘ଅନ୍ସଙ୍ଗ ୱାରିଅର୍’ ପରି ବ୍ଲକବଷ୍ଟର ଫିଲ୍ମ ଦେଇଥିବା ନିର୍ଦ୍ଦଶକ ଓମ୍ ରାଉତ୍ ଦେବେ। ସୂଚନା ଅନୁଯାୟୀ, ପ୍ରଭାସ ଏହି ଫିଲ୍ମ ପାଇଁ ରାଜି ହୋଇଯାଇଛନ୍ତି। ତେବେ ହ୍ରିତିକ୍ଙ୍କ ସହ ବର୍ତ୍ତମାନ ଆଲୋଚନା ଶେଷ ପର୍ଯ୍ୟାୟରେ ରହିଛି। ଫିଲ୍ମ ‘ୱାର୍’ ବ୍ଲକବଷ୍ଟର ହେବା ପରଠାରୁ ହ୍ରିତିକ୍ଙ୍କ ନୂଆ ଫିଲ୍ମକୁ ଫ୍ୟାନ୍ମାନେ ଅପେକ୍ଷା କରି ରହିଛନ୍ତି। ଯଦି ସବୁକିଛି ଠିକ୍ ହୁଏ, ତେବେ ଫିଲ୍ ଇଣ୍ଡଷ୍ଟ୍ରିର ଦୁଇ ବଡ଼ ସୁପରଷ୍ଟାରଙ୍କୁ ପରଦାରେ ଏକାଠି ଦେଖିବା ଦର୍ଶକଙ୍କ ପାଇଁ କୌଣସି ଉପହାରଠାରୁ କମ୍ ହେବ ନାହିଁ।
୨୦୧୯ ବର୍ଷ ହ୍ରିତିକ୍ଙ୍କ ପାଇଁ ବହୁତ ଭଲ ଥିଲା ‘ସୁପର୍ ୩୦’ ଓ ‘ୱାର୍’ ବକ୍ସ ଅଫିସ୍ରେ ଧୂଆଁଦାର୍ ପ୍ରଦର୍ଶନ କରିବା ପରଠୁ ତାଙ୍କ ଡିମାଣ୍ଡ ବେଶ୍ ଅଧିକ ବଢ଼ିଯାଇଛି। ପ୍ରାୟ ସମସ୍ତେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ସୂଚନା ଅନୁଯାୟୀ ଆଗକୁ ସେ ନିଜ ହୋମ୍ ପ୍ରଡକ୍ସନ ଫିଲ୍ମ ‘କ୍ରିସ୍ ୪’ରେ ନଜର ଆସିବେ। ଏହା ବ୍ୟତୀତ ସେ ଆମୀର୍ ଖାନ୍ଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ମହାଭାରତ’ ଏବଂ ନୀତିନ ଗୋଖଲେଙ୍କ ବହି ‘ଆର୍ ଏନ୍ କାଓ: ଜେଣ୍ଟଲ୍ମ୍ୟାନ୍ ସ୍ପାଇମାଷ୍ଟର’କୁ ନେଇ କରଣ ଜୋହରଙ୍କ ତିଆରି କରୁଥିବା ଏକ ଫିଲ୍ମରେ ମଧ୍ୟ ସେ ନଜର ଆସିବେ।
ଅନ୍ୟପଟେ ସୁପରଷ୍ଟାର ପ୍ରଭାସଙ୍କ ‘ବାହୁବଲୀ’ ସିରିଜ ପରେ ସମଗ୍ର ଭାରତରେ ବହୁତ ପ୍ରଶଂସକ ଆସିଛନ୍ତି। ତେବେ ଗତ ବର୍ଷ ପ୍ରଭାସଙ୍କ ପାଇଁ ବିଶେଷ କିଛି ନଥିଲା। ୨୦୧୯ରେ ତାଙ୍କୁ ଫିଲ୍ମ ‘ସାହୋ’ରେ ଦେଖିବାକୁ ମିଳିଥିଲା, ଯାହା ବକ୍ସ ଅଫିସରେ ସଫଳ ହୋଇନଥିଲା। ଏହି ଫିଲ୍ମଟି କ୍ରିଟିକ୍ସଙ୍କଠାରୁ ଭଲ ପ୍ରତିକ୍ରିୟା ପାଇ ନଥିଲା ସତ ହେଲେ ତଥାପି ଏହା ଶହେ କୋଟିରୁ ଅଧିକ ଆୟ କରିଥିଲା। ପ୍ରଭାସ ଆଗକୁ କେ.କେ ରାଧା କୃଷ୍ଣ କୁମାରଙ୍କ ଫିଲ୍ମରେ ନଜର ଆସିବେ, ଯାହାର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ପୂଜା ହେଗଡ଼େ ନଜର ଆସିବେ।
The post ପରଦାରେ ଏକାଠି ଧମାକା କରିବେ ଏହି ଦୁଇ ସୁପରଷ୍ଟାର୍ appeared first on Odisha Reporter.
from Odisha Reporter https://ift.tt/2ZKtaId
No comments:
Post a Comment