ଘରେ ବସି ଅନ୍‌ଲାଇନରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ଘରେ ବସି ଅନ୍‌ଲାଇନରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ବସି ଡିପ୍ଲୋମା ଛାତ୍ରଛାତ୍ରୀ ଅନ୍‌ଲାଇନରେ ପରୀକ୍ଷା ଦେଇପାରିବେ। ଡିପ୍ଲୋମା ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ ଏନେଇ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଅଗଷ୍ଟ ୧ରୁ ୨୦ ଭିତରେ ଷଷ୍ଠ ସେମିଷ୍ଟର ପରୀକ୍ଷା ହେବ ବୋଲି ଧାର୍ଯ୍ୟ କରାଯାଇଛି। ତେବେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୨ଟି ବିକଳ୍ପ ରହିଛି।

ବ୍ୟାକ ପେପର ନଥିବା ପରୀକ୍ଷାର୍ଥୀ ଚାହିଁଲେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ନହେଲେ ପୂର୍ବ ପରୀକ୍ଷା ଫଳ ଅନୁସାରେ ସେମାନଙ୍କୁ ନମ୍ବର ମିଳିବ। ହେଲେ ବ୍ୟାକ୍‌ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଅନ୍‌ଲାଇନ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ନହେଲେ ୱିଣ୍ଟର ସେମିଷ୍ଟରରେ ବ୍ୟାକ୍ ପେପର ସହ ପରୀକ୍ଷା ଦେବେ।

କମ୍ପ୍ୟୁଟର, ଲ୍ୟାପଟପ୍ ସୁବିଧା ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ। ଜିଲ୍ଲାୱାରୀ ପରୀକ୍ଷା କେନ୍ଦ୍ର ତାଲିକା ପରେ ଏ ସଂକ୍ରାନ୍ତରେ ନିଷ୍ପିତ୍ତି ନିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

The post ଘରେ ବସି ଅନ୍‌ଲାଇନରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/3iFpxfl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages