ପୌର ପରିଷଦ ଅଫିସ୍‌ରେ ପଶିଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ପୌର ପରିଷଦ ଅଫିସ୍‌ରେ ପଶିଲା କରୋନା

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ପୌର ପରିଷଦ ଅଫିସ୍‌ରେ ପଶିଲା କରୋନା । ଖୋର୍ଦ୍ଧା ପୌର ପରିଷଦ ଅଫିସ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି।  କର୍ମଚାରୀଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି । ଫଳରେ ଆଜି ପୌର ପରିଷଦ ଅଫିସ୍ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଅଫିସ୍‌ର ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ସାମ୍ପଲ୍ ସଂଗ୍ରହ କରି ପରୀକ୍ଷା କରାଯିବ । ଏହାବ୍ୟତୀତ  କଣ୍ଟାକ୍ଟ ସର୍ଭେଲାନ୍ସ କରାଯିବା ସହ  ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବ । ଉକ୍ତ ଅଞ୍ଚଳ ୩ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳକୁ ସାଧାରଣ ଲୋକଙ୍କ ପ୍ରବେଶ ବାରଣ କରାଯାଇଛି। ସବୁ ଷ୍ଟାଫ୍‌ଙ୍କ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ  ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବା ସହ ସେମାନଙ୍କ ସର୍ଭେଲାନ୍ସ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

The post ପୌର ପରିଷଦ ଅଫିସ୍‌ରେ ପଶିଲା କରୋନା appeared first on Odisha Reporter.



from Odisha Reporter https://ift.tt/2Zuf8uf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages