କୋଲକାତା: ଭାରତ ବିରୋଧରେ ଅପପ୍ରଚାର ଚଳାଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କଶ୍ମୀର ପ୍ରସଙ୍ଗରେ ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ ହାସିନାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ବାଂଲାଦେଶ ମଧ୍ୟ କଶ୍ମୀର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିବା ଇସଲାମାବାଦ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି।
ଏଥିରେ ଇମ୍ରାନ ଖାନ୍ କଶ୍ମୀରରେ ଚାଲିଥିବା ସମସ୍ୟା ସମ୍ପର୍କରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିବା କୁହାଯାଇଛି। ତେବେ ପାକିସ୍ତାନର ହଠାତ୍ ବାଂଲାଦେଶ ସହ କଶ୍ମୀର ପ୍ରସଙ୍ଗରେ ଅବଗତ କରାଇବା ଭାରତକୁ ଚିନ୍ତାରେ ପକାଇଛି। ପାକିସ୍ତାନ କେମିତି ବାଂଲାଦେଶ ସହ କଶ୍ମୀର ପ୍ରସଙ୍ଗରେ ଆଲୋଚନା କଲା, ତାହା ଭାରତକୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି।
ପ୍ରଥମେ ପାକିସ୍ତାନ, ତା’ପରେ ଚାଇନା ଓ ନେପାଳ ସହ ଭାରତର ବିବାଦ ଲାଗି ରହିଛି। ବାଂଲାଦେଶ ସର୍ବଦା ଭାରତକୁ ହିଁ ସମର୍ଥନ କରି ଆସିଛି। ଏବେ ପାକିସ୍ତାନ ପଡ଼ୋଶୀ ବାଂଲାଦେଶକୁ ମଧ୍ୟ ଭାରତ ବିରୋଧରେ ଉସକାଇ ସୀମାରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବିଶେଷଜ୍ଞମାନେ କହିଛନ୍ତି।
କୁହାଯାଉଛି, ବାଂଲାଦେଶରେ ଚାଇନାର ବେଶ ଦବାବଦା ରହିଛି। ତେଣୁ ଫୋନ କଲ ରାଜନୀତି ଚାଇନାର ନିର୍ଦ୍ଦେଶରେ ହୋଇଛି। ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ବାଂଲାଦେଶ ସହ ଆଲୋଚନା କରି ଇମ୍ରାନ ଖାନ ଭାରତ ଉପତ୍ୟକାରେ ଏକଛତ୍ରବାଦୀ ଶାସନ ଚଳାଇଥିବା କହିଛନ୍ତି। ଏଥିସହ ପାକିସ୍ତାନ ଏକ ଶାନ୍ତିପୂର୍ଣ୍ଣ ପ୍ରସ୍ତାବ ପାରିତ କରିବାକୁ ଚାହୁଁଥିବା ଇମ୍ରାନ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ କହିଥିବା ଜଣାପଡ଼ିଛି।
ଏହି ପ୍ରସଙ୍ଗରେ ଭାରତ ମଧ୍ୟ ପ୍ରତିକ୍ରିୟା ରଖିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, “ବାଂଲାଦେଶ ସହ ଆମର ସମ୍ପର୍କ ଐତିହାସିକ। ଜମ୍ମୁ-କଶ୍ମୀର ଉପରେ ବାଂଲାଦେଶର ଆଭିମୁଖ୍ୟକୁ ଆମେ ସର୍ବଦା ସମର୍ଥନ କରିଆସିଛୁ। ଜମ୍ମୁ-କଶ୍ମୀରରେ ଯାହା ହେଉଛି, ତାହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ବାଂଲାଦେଶ ମଧ୍ୟ ଏକମତ ରହିଛି।”
ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ବାଂଲାଦେଶ ସହ ଆଲୋଚନା କରିଥିବା ଦାବି କରୁଥିଲେ ହେଁ ଢାକା କେବଳ ନୀରବତା ଅବଲମ୍ବନ କରିଛି। ବାଂଲାଦେଶ ପକ୍ଷରୁ କୁହାଯାଇଛି ଯେ ଇମ୍ରାନ ଖାନ୍ କରୋନା ଭାଇରସ ଓ ବାଂଲାଦେଶର ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ କଥା ହୋଇଛନ୍ତି।
The post ବାଂଲାଦେଶ ସହ କଶ୍ମୀର ସ୍ଥିତି ସମ୍ପର୍କରେ ଆଲୋଚନା କଲା ପାକିସ୍ତାନ, ଆଶ୍ଚର୍ଯ୍ୟ ହେଲା ଭାରତ appeared first on Odisha Reporter.
from Odisha Reporter https://ift.tt/2X1hLDz
No comments:
Post a Comment