ଦୋକାନୀଙ୍କ ପାଇଁ କଡ଼ାକଡ଼ି ହେଲା ୫ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ଦୋକାନୀଙ୍କ ପାଇଁ କଡ଼ାକଡ଼ି ହେଲା ୫ ନିୟମ

ବ୍ରହ୍ମପୁର (ଅଶୋକ ବ୍ରହ୍ମା ): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଉ କରୋନା ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପମାନ ହାତକୁ ନେଉଛି। ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି କରିଛନ୍ତି।

ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ କରିବାକୁ ପରାମର୍ଶ ଦେବା ସହ ଦୋକାନୀମାନେ ନିଜେ ମାସ୍କ ପିନ୍ଧିବେ ଏବଂ ‘ନୋ ମାସ୍କ ନୋ ଗୁଡ୍ସ’ ବୋର୍ଡ ମାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ତା’ସହ ସାମାଜିକ ଦୂରତ୍ୱ ରକ୍ଷା ନିମନ୍ତେ ଗ୍ରାହକଙ୍କ ପାଇଁ ଦୋକାନ ସାମ୍ନାରେ ୨ ମିଟର ଦୂରତାରେ ସର୍କଲ କରିବେ। ସବୁ ଦୋକାନୀ ସାନିଟାଇଜର ଓ ହାତ ଧୋଇବାର ବ୍ୟବସ୍ଥା କରିବେ। ଏଥିସହ ଗ୍ରାହକ ଆସିଲେ ସେମାନଙ୍କ ଠିକଣା ଦୋକାନୀମାନେ ରଖିବେ। ଏହି ନିୟମ ନମାନିଲେ ଜରିମାନା ସହ ସେମାନଙ୍କ ବିରୋଧରେ ଏତଲା ଦିଆଯିବ। ଏମିତିକି ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ସଙ୍ଗରୋଧରେ ନରହି ଯେଉଁମାନେ ତାସ୍‌, କ୍ରିକେଟ୍‌ ଓ ଭଲିବଲ୍‌ ଖେଳୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଏତଲା ହେବ ବୋଲି ଜିଲ୍ଲାପାଳ କହିଛନ୍ତି।


ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୬୭୮ରେ ପହଞ୍ଚିଛି।  ସେଥିମଧ୍ୟରୁ ୫,୮୩୬ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ବିଭିନ୍ନ କୋଭିଡ୍ ହସପିଟାଲରେ ୨,୭୫୭ ଜଣ ଚିକିତ୍ସିତ ହେଉଛନ୍ତି।

The post ଦୋକାନୀଙ୍କ ପାଇଁ କଡ଼ାକଡ଼ି ହେଲା ୫ ନିୟମ appeared first on Odisha Reporter.



from Odisha Reporter https://ift.tt/39vzms5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages