ପିଏମ କେୟାର୍ସ ଫଣ୍ଡର ପାର୍ଲାମେଣ୍ଟ ପ୍ୟାନେଲ ରିଭ୍ୟୁକୁ ରୋକିଲା ବିଜେପି, ସମର୍ଥନ କଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

ପିଏମ କେୟାର୍ସ ଫଣ୍ଡର ପାର୍ଲାମେଣ୍ଟ ପ୍ୟାନେଲ ରିଭ୍ୟୁକୁ ରୋକିଲା ବିଜେପି, ସମର୍ଥନ କଲା ବିଜେଡି

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟରେ ଥିବା ଭିତିରି ବୁଝାମଣା ପୁଣିଥରେ ସାମ୍ନାକୁ ଆସିଛି। କରୋନା ମୁକାବିଲାରେ ଭାରତ ସରକାର କେତେ ଦୂର ସଫଳ ହୋଇଛନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଠନ କରିଥିବା ପିଏମ କେୟାର୍ସ ଫଣ୍ଡ କେଉଁଭଳି ଖର୍ଚ୍ଚ ହେଉଛି, ତା’ର ପାର୍ଲାମେଣ୍ଟ ପ୍ୟାନେଲ ଦ୍ୱାରା ରିଭ୍ୟୁ କରିବାକୁ ବିରୋଧୀ ଚାହୁଁଥିଲେ ହେଁ ବିଜେପି ଏହା ଉପରେ ରୋକ ଲଗାଇଛି। ଏଥିରେ ବିଜେପିକୁ ବିଜେଡି ପୂରା ସମର୍ଥନ ଯୋଗାଇ ଦେଇଥିବା ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ଖବର ପ୍ରକାଶ ପାଇଛି।

ରିପୋର୍ଟ ମୁତାବକ, ସଂସଦୀୟ ପ୍ୟାନେଲର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ଜଣାଶୁଣା ପବ୍ଲିକ ଆକାଉଣ୍ଟସ କମିଟି(ପିଏସି) ପିଏମ କେୟାର୍ସ ଫଣ୍ଡ ଓ କରୋନା ମୁକାବିଲାର ସମୀକ୍ଷା କରିବା ଉଚିତ ବୋଲି ଦାବି ହୋଇଥିଲା। ପିଏସି ସର୍ବଦା ସିଏଜି ଦେଇଥିବା ରିପୋର୍ଟର ସମୀକ୍ଷା କରିଥାଏ। ପୂର୍ବରୁ ୨ଜି ମହାଦୁର୍ନୀତିର ରିଭ୍ୟୁ ମଧ୍ୟ କରିଥିଲା।

ତେଣୁ ପିଏସି ଏଥରେ ପିଏମ କେୟାର୍ସ ଫଣ୍ଡର ରିଭ୍ୟୁ କରିବା ଉଚିତ ବୋଲି ବିରୋଧୀ କହିଥିଲେ। ହେଲେ ଏହାର ସଦସ୍ୟମାନେ ଏହି ପ୍ରସଙ୍ଗରେ ଏକମତ ହୋଇ ପାରିନାହାନ୍ତି।

କମିଟିର ଚେୟାରମ୍ୟାନ ତଥା କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ଦେଶବାସୀଙ୍କ କଥା ଚିନ୍ତା କରିବା ଦରକାର। ରାଜନୀତିରୁ ଉପରେ ରହି କମିଟି ଗୋଟିଏ କଥାରେ ଏକମତ ହୋଇ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ରିଭ୍ୟୁ କରିବା ଉଚିତ।

ତେବେ କରୋନା ଭାଇରସ ମୁକାବିଲାରେ କେନ୍ଦ୍ର ସରକାର କେମିତି କାର୍ଯ୍ୟ କରୁଛନ୍ତି, ତା’ ପରେ କୌଣସି ସମୀକ୍ଷା କରାଯାଇ ପାରିବ ନାହିଁ ବୋଲି ବିଜେପି ପୂର୍ବରୁ ହିଁ ମନସ୍ତ କରି ପ୍ୟାନେଲର ବୈଠକକୁ ଆସିଥିଲା। ପ୍ୟାନେଲରେ ଥିବା ବିଜେପି ସଦସ୍ୟମାନେ ଶ୍ରୀ ଚୌଧୁରୀଙ୍କ ପ୍ରସ୍ତାବକୁ ବିରୋଧ କରିଥିଲେ। ଏହି ସମୟରେ ହିଁ ବିଜେଡି ପକ୍ଷରୁ ବିଜେପିକୁ ସମର୍ଥନ ମିଳିଥିଲା। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପିଏସି ଏ ବିଷୟରେ ରିଭ୍ୟୁ କରିପାରିବ ନାହିଁ ବୋଲି କହିଥିବା ଜଣାପଡ଼ିଛି।

କଂଗ୍ରେସ ଆଣିଥିବା ପ୍ରସ୍ତାବକୁ କିନ୍ତୁ ଡିଏମକେ ନେତା ଟିଆର ବାଲୁ ସମର୍ଥନ କରିଥିଲେ। କିଛି ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ଯେ କରୋନା ମୁକାବିଲା ଭାରତ ସରକାର କେମିତି କରୁଛନ୍ତି ଯଦି ତା’ର ସମୀକ୍ଷା କରାଯାଏ, ତା’ହେଲେ ପିଏମ କେୟାର୍ସ ଫଣ୍ଡ ମଧ୍ୟ ସ୍କାନରକୁ ଆସିବ। ତେଣୁ ବିଜେପି ଏଥିପାଇଁ ଭୟଭୀତ ହେଉଛି। କାରଣ ପିଏମ କେୟାର୍ସ ଫଣ୍ଡକୁ ସିଏଜି ମଧ୍ୟ ଅଡିଟ କରୁନାହାନ୍ତି। ବିଜେପି ନିଜ ଇଚ୍ଛାରେ ହିଁ ଏହାକୁ ପରିଚାଳନା କରୁଛି।

ପ୍ୟାନେଲରେ ବିଜେପିର ସଂଖ୍ୟା ଅଧିକ ରହିଛି। ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବ ବୈଠକ ବେଳେ କହିଛନ୍ତି ଯେ ପିଏମ କେୟାର୍ସ ଫଣ୍ଡକୁ କେବେ ହେଲେ ପିଏସି ରିଭ୍ୟୁ କରିପାରିବ ନାହିଁ। କାରଣ ଏଠାକୁ ଆସୁଥିବା ପାଣ୍ଠିକୁ ସଂସଦ ଅନୁମତି ଦେଉନାହିଁ। ଏଭଳି ସ୍ଥିତିରେ ସଂସଦୀୟ ପ୍ୟାନେଲ, ଏହାର ସମୀକ୍ଷା କେମିତି କରିବ ବୋଲି ସେ ପ୍ରଶ୍ନ କରିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କରୋନାର ମୁକାବିଲା ପାଇଁ ଜରୁରୀ କାଳୀନ ଭିତ୍ତିରେ ପିଏମ କେୟାର୍ସ ଫଣ୍ଡ ଗଠନ କରାଯାଇଛି। ଏହି ଫଣ୍ଡକୁ ଯେ କୌଣସି ଲୋକ ଓ ସଂସ୍ଥା ଦାନ କରିପାରିବେ। ଏହାକୁ ସରକାରଙ୍କ ଅଡିଟର ସୀମକ୍ଷା କରିବେ ନାହିଁ।

ଦେଶରେ କରୋନା ପାଇଁ ଲକଡାଉନ ଜାରି ହେବାଠାରୁ ପିଏସି ବୈଠକ ବସି ନଥିଲା। ତେବେ ଶୁକ୍ରବାର ଏହି ବୈଠକ ବସିଥିଲେ ହେଁ ସଦସ୍ୟମାନେ କରୋନାର ସମୀକ୍ଷା କରାଯିବ କି ନାହିଁ, ସେଥିରେ ଏକମତ ହୋଇପାରିନାହାନ୍ତି।

The post ପିଏମ କେୟାର୍ସ ଫଣ୍ଡର ପାର୍ଲାମେଣ୍ଟ ପ୍ୟାନେଲ ରିଭ୍ୟୁକୁ ରୋକିଲା ବିଜେପି, ସମର୍ଥନ କଲା ବିଜେଡି appeared first on Odisha Reporter.



from Odisha Reporter https://ift.tt/3gMPM1F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages