ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାଝିପାଲି ନିକଟରୁ ଗତକାଲି ଅପହୃତ ହୋଇଥିବା ବ୍ୟବସାୟୀ ଉଦ୍ଧାର ହୋଇଛନ୍ତି। ବିଳମ୍ବିତ ରାତିରେ ଏକ ଅଜ୍ଞାତସ୍ଥାନରୁ ତାଙ୍କୁ ପୁଲିସ୍ ଉଦ୍ଧାର କରିଛି । ଅପହରଣର କାରଣ ଅସ୍ପଷ୍ଟ ଥିବା ବେଳେ ଅପହର୍ତ୍ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୁଲିସ୍।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ରେମେଡେ ଅଞ୍ଚଳର ନରେଶ ଅଗ୍ରୱାଲ ନାମକ ଷ୍ଟିଲ ବ୍ୟବସାୟୀ ଗତକାଲି ଅପରାହ୍ନ ୨ଟାରେ ନିଜ କାର୍ରେ ବ୍ୟବସାୟ କାମରେ ବାହାରକୁ ଯାଉଥିଲେ। ଏହି ସମୟରେ ମାଝିପାଲି ନିକଟରେ କେତେ ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଏହାପରେ ନରେଶଙ୍କୁ ଘୋଷାରି ନେଇ ଅନ୍ୟ ଏକ ଗାଡ଼ିରେ ବସାଇ ନେଇ ଯାଇଥିଲେ।
ଏନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତାଙ୍କ କାର୍ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା ସମ୍ବଲପୁର ଏସ୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଗତକାଲି ବିଳମ୍ବିତ ରାତିରେ ନରେଶଙ୍କୁ ଉଦ୍ଧାର କରାଯାଇଥିଲା।
The post ଅପରାହ୍ନରେ ଅପହରଣ, ରାତିରେ ଉଦ୍ଧାର ହେଲେ ବ୍ୟବସାୟୀ appeared first on Odisha Reporter.
from Odisha Reporter https://ift.tt/3fuLETG
No comments:
Post a Comment