ୱାଶିଂଟନ: ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱରେ ଭୟଙ୍କର ରୂପ ଦେଖାଇ ଚାଲିଛି। ଭାରତ ମଧ୍ୟରୁ ଏଥିରୁ ବାଦ ପଡ଼ିନାହିଁ। କରୋନା ମାମଲା ହୁହୁ ହୋଇ ବଢ଼ୁଥିଲେ ହେଁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ତଥ୍ୟ ଦେଇଛି। ସମଗ୍ର ବିଶ୍ୱକୁ ସତର୍କ କରିବାକୁ ଯାଇ ହୁ’ କହିଛି ଯେ ଏଯାଏ ମହାମାରୀ କରୋନା ବିଶ୍ୱରେ ତା’ର ସର୍ବୋଚ୍ଚ ଗତି ବା ପିକ୍ ପରିୟଡ୍ ଦେଖାଇ ନାହିଁ।
ତେଣୁ ଏଥିପ୍ରତି ଆମ ସମସ୍ତଙ୍କୁ ସଜାବ ରହିବାକୁ ପଡ଼ିବ। କରୋନା ଧୀରେଧୀରେ ସମଗ୍ର ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛି। ୫ରୁ ୬ ସପ୍ତାହ ହେଲାଣି ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି। ଆଗକୁ କରୋନା ତା’ର ସର୍ବୋଚ୍ଚ ଗତି ଦେଖାଇବାର ଆଶଙ୍କା ରହିଛି। ବିଶେଷ କରି ମୃତ୍ୟୁସଂଖ୍ୟା ଦ୍ରୁତଗତିରେ ବଢ଼ିବାର ଯଥେଷ୍ଟ ଭୟ ରହିଛି।
ଏପ୍ରିଲ ଓ ମେ’ ମାସରେ ଆମେ ଦୈନିକ ପ୍ରାୟ ୧ ଲକ୍ଷ କରୋନା କେସ୍ ରେକର୍ଡ କରୁଥିଲେ। ଏବେ ଦୈନିକ ୨ ଲକ୍ଷ କେସ୍ ସାମ୍ନାକୁ ଆସୁଛି। ଟେଷ୍ଟିଂ ଅଧିକ ହେଉଛି ବୋଲି ଅଧିକ ସଂଖ୍ୟକ ପଜିଟିଭ ବାହାରୁଛି ବୋଲି ଭାବିବା ଭୁଲ। କାରଣ କରୋନା ଧୀରେଧୀରେ ତା’ର ସର୍ବୋଚ୍ଚ ଗତି ଦେଖାବାକୁ ଆରମ୍ଭ କରିଛି। ଆଗକୁ ଦୈନିକ ୪ରୁ ୫ ଲକ୍ଷ କେସ୍ ସାମ୍ନାକୁ ଆସିପାରେ। ଏବେ ଯେଉଁଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି, ଆଗକୁ ନିଶ୍ଚିତ ଭାବେ ମୃତ୍ୟୁସଂଖ୍ୟା ସେହି ଅନୁପାତରେ ବଢ଼ିବାର ଆଶଙ୍କା ରହିଛି।
ତେଣୁ ଆମକୁ ଏଥିପ୍ରତି ସତର୍କ ରହିବା ଦରକାର। ଯଦି ଆମେ ଭାବିବା ଯେ କରୋନା ଧୀରେଧୀରେ ଦୁର୍ବଳ ହୋଇଯିବ, ତା’ହେଲେ ଏହା ଆମ ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ହୁ’ ପକ୍ଷରୁ କୁହାଯାଇଛି।
The post ସାଂଘାତିକ ତଥ୍ୟ ଦେଲା ‘ହୁ’: କହିଲା କରୋନା ବିଶ୍ୱରେ ଏଯାଏ ସର୍ବୋଚ୍ଚ ଗତି ଦେଖାଇନି appeared first on Odisha Reporter.
from Odisha Reporter https://ift.tt/3e3Y1EU
No comments:
Post a Comment