ୱାଶିଂଟନ: ସମଗ୍ର ବିଶ୍ୱରେ ଭୟଙ୍କର ରୂପ ନେଇଥିବା ମହାମାରୀ କରୋନା ଟିକା କେବେ ବାହାରିବ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି। ଭାରତର କିଛି ଟିକା ହ୍ୟୁମାନ ଟ୍ରାଏଲ ଷ୍ଟେଜରେ ଥିବା ବେଳେ ବିଶ୍ୱର ଏକାଧିକ ସଂଗଠନ ମଧ୍ୟ ଏହି କାର୍ଯ୍ୟରେ ଲାଗିପଡ଼ିଛନ୍ତି।
ହେଲେ ଏଯାଏ କେହି ବି ନିର୍ଯ୍ୟାସରେ ପହଞ୍ଚି ପାରିନାହାନ୍ତି। ଏସବୁ ଭିତରେ ଆଜି ଆମେରିକା ପକ୍ଷରୁ ଟିକା ବାହାର କରୁଥିବା ବାଓଟେକ ଫାର୍ମ Novavaxକୁ କରୋନା ପ୍ରତିରୋଧ ଟିକା ତିଆରି କରିବାକୁ ୧.୬ ବିଲିୟନ ଡଲାର ମଞ୍ଜୁର କରିଛି। କରୋନା ଟିକା ପାଇଁ ଏଯାଏ ଦିଆଯାଉଥିବା ପୁଞ୍ଜି ମଧ୍ୟରୁ ଏହା ସର୍ବାଧିକ।
ସେହିପରି ପରୀକ୍ଷା ମୂଳକ ଭାବେ କରାଯାଉଥିବା କରୋନା ଚିକିତ୍ସା ଓ prophylaxis ପାଇଁ ଆମେରିକା ଆଉ ୪୦୦ ମିଲିୟନ ଡଲାର ଦେଇଛି। Novavax ଆମେରିକା ସହ କରିଥିବା ଚୁକ୍ତି ଅନୁଯାୟୀ, ସଂସ୍ଥା କରୋନାର ମୁକାବିଲା ପାଇଁ ଟିକା ଖୁବଶୀଘ୍ର ତିଆରି କରିବ।
ବର୍ଷ ଶେଷ ବେଳକୁ ୧୦୦ ମିଲିୟନ ଡୋଜ୍ ଟିକା ସରକାରଙ୍କୁ ହସ୍ତାନ୍ତର କରିବ। କରୋନା ଟିକା ସନ୍ଧାନ ଓ ଏହାର ମୁକାବିଲା ପାଇଁ ଆମେରିକା ସରକାର ଅପରେନ ୱାରପ ସ୍ପିଡ୍ ଆରମ୍ଭ କରିଛନ୍ତି। ଏଥିରେ ଏବେ Novavax ସାମିଲ ହୋଇଛି। Novavax ପକ୍ଷରୁ କରୋନାର ମୁକାବିଲା ପାଇଁ NVX-CoV2373 ଟିକା ବାହାର କରାଯାଇଛି।
ପ୍ରଥମ ଦୁଇଟି ଟ୍ରାଏଲରେ ଏହା ସଫଳ ହୋଇଥିବା ଦାବି କରାଯାଉଛି। ଏବେ କମ୍ପାନୀ ପକ୍ଷରୁ ଫେଜ-୩ ଟ୍ରାଏଲ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଉଛି। ପରୀକ୍ଷା ସଫଳ ଚଳିତ ବର୍ଷ ଶେଷ କିମ୍ବା ମାର୍ଚ୍ଚ ମାସ ବେଳକୁ ୭୦ ହଜାରରୁ ୩ ଲକ୍ଷ ଡୋଜ କମ୍ପାନୀ ପ୍ରସ୍ତୁତ କରିନେବ ବୋଲି କହିଛି।
The post କୋଭିଡ୍ ଟିକା ତିଆରି କରିବା ପାଇଁ ଏହି ଫାର୍ମକୁ ମିଳିଲା ୧.୬ ବିଲିୟନ ଡଲାର appeared first on Odisha Reporter.
from Odisha Reporter https://ift.tt/3e3Y7wg
No comments:
Post a Comment