ଦାଦନ ଶ୍ରମିକଙ୍କୁ ମାରି ଦେବାକୁ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ଦାଦନ ଶ୍ରମିକଙ୍କୁ ମାରି ଦେବାକୁ ଧମକ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଜଣେ ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୀବନରେ ମାରିଦେବା ପାଇଁ ଦାଦନ ସର୍ଦ୍ଦାର ଧମକ ଦେଇଥିବା ଅଭିଯୋଗ ହୋଇଛି।  ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଲେତେରମାଲ ଗାଁରୁ।

ଗାଁର ସାଗର ପୁଝାରି ପ୍ରତିବର୍ଷ ଦାଦନ ସର୍ଦ୍ଦାରଙ୍କ ପାଖରୁ ଟଙ୍କା ନେଇ  ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥା’ନ୍ତି। ଗତ ନଭେମ୍ୱର ମାସରେ ସାଗର ଓ ତାଙ୍କ ସ୍ତ୍ରୀ ସେମାନଙ୍କ ତିନି ଛୁଆକୁ ଧରି ହାଇଦ୍ରାବାଦର ଏକ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିଲେ। ସାଗର ଚଇଁତରା ଗାଁର ଦାଦନ ସର୍ଦ୍ଦାର ଶିବ ବାଗଙ୍କ ଠାରୁ କିଛି ଟଙ୍କା ନେଇ ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ। ଦାଦନ ସର୍ଦ୍ଦାର ସାଗରଙ୍କୁ ଆଉ ୧୪ ହଜାର ଟଙ୍କା ଦେବାର ଥିଲା। କରୋନା ପାଇଁ ସାଗରଙ୍କ ପରିବାର ଲୋକେ ଏବେ ଗାଁକୁ ପଳାଇ ଆସିଛନ୍ତି। ଏଠି କାମଧନ୍ଦା ନମିଳିବାରୁ ସାଗରଙ୍କୁ ତାଙ୍କ ପରିବାର ଚଳାଇବା କଷ୍ଟ ହେଉଛି। ତେଣୁ ସର୍ଦ୍ଦାରଙ୍କ ଠାରୁ ପାଇବାକୁ ଥିବା ୧୪ ହଜାର ଟଙ୍କା ମାଗିବାକୁ ଗତ ୧୭ ତାରିଖ ଦିନ ସାଗର ଯାଇଥିଲେ। ହେଲେ ଦାଦନ ସର୍ଦ୍ଦାର ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହିତ  ନିସ୍ତୁକ ମାଡ଼ ମାରିଥିଲା। ଏପରିକି ଜୀବନରେ ମାରିଦେବାକୁ ଧମକ ଦେଇଥିଲା।

ଏନେଇ ସାଗର ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି। ଏ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ବେଳେ ଗତକାଲି ସାଗରଙ୍କୁ ଥାନାକୁ ଡାକି ମାମଲା ରଫାଦଫା କରିବା ପାଇଁ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ନିଜେ ସାଗର ଏହି ଅଭିଯୋଗ କରିଛନ୍ତି। ତେବେ ଏହି  ଘଟଣା ସମ୍ପର୍କରେ ମୁରିବାହାଲ ଆଇଆଇସିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

The post ଦାଦନ ଶ୍ରମିକଙ୍କୁ ମାରି ଦେବାକୁ ଧମକ appeared first on Odisha Reporter.



from Odisha Reporter https://ift.tt/3eFPBnC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages