ବଲିଉଡ୍‌ ନିର୍ଦ୍ଦେଶକ ରଜତ ମୁଖର୍ଜୀଙ୍କର ଦେହାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ବଲିଉଡ୍‌ ନିର୍ଦ୍ଦେଶକ ରଜତ ମୁଖର୍ଜୀଙ୍କର ଦେହାନ୍ତ

ମୁମ୍ବାଇ: ଜଣାଶୁଣା ବଲିଉଡ୍‌ ନିର୍ଦ୍ଦେଶକ ରଜତ ମୁଖର୍ଜୀଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ହେତୁ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ପରେ ସାରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ମନୋଜ ବାଜପେୟୀ ନିର୍ଦ୍ଦେଶକ ଅନୁଭା ସିହ୍ନା, ହଂଶଲ୍‌ ମେହେଟ୍ଟାଙ୍କ ପରି ବଡ଼ ବଡ଼ ସେଲେବ୍ରିଟିମାନେ ଟ୍ୱିଟ୍ କରି ରଜତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ରଜତଙ୍କ ବିୟୋଗରେ ନିର୍ଦ୍ଦେଶକ ହଂଶଲ୍ ମେହେଟ୍ଟା ଅତ୍ୟନ୍ତ ଦୁଃଖିତ ହୋଇଛନ୍ତି। କାରଣ ସେ ତାଙ୍କର ବହୁ ନିକଟତକ ବନ୍ଧୁ ଥିଲେ। ସେ ନିଜ ଟ୍ୱିଟରରେ ରଜତଙ୍କ ସହ ବିତାଇଥିବା ସମୟକୁ ମନେ ପକାଇ ଲେଖିଛନ୍ତି, ‘ କିଛି ସମୟ ହେଲା ଜଣେ ଅତି ପ୍ରିୟ ବନ୍ଧୁ ଦୁନିଆ ଛାଡ଼ିଯିବାର ଖବର ପାଇଛି। ‘ପ୍ୟାର୍ ତୁନେ କ୍ୟା କିୟା’ ଏବଂ ‘ରୋଡ଼୍’ର ନିର୍ଦ୍ଦେଶକ ରଜତ୍ ମୁଖାର୍ଜୀ ବମ୍ବେରେ ମୋର ପ୍ରାରମ୍ଭିକ ସଂଘର୍ଷ ସମୟର ବନ୍ଧୁ ଥିଲେ। ଆମେ ଅନେକଥର ଏକାଠି ଖାଇଛୁ, ଅନେକ ବୋତଲ ମଦ ଏକାଠି ପିଇଛୁ। ପୁଣିଥରେ ପିଇବା ଯେବେ ଅଲଗା ଦୁନିଆରେ ଭେଟ ହେବ। ମୋର ପ୍ରିୟ ବନ୍ଧୁ ତୁମେ ବହୁତ ମନେପଡ଼ିବ।’

ଅଭିନେତା ମନୋଜ ବାଜପେୟୀ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ମୋର ବନ୍ଧୁ ତଥା ‘ରୋଡ’ ଫିଲ୍ମର ନିର୍ଦ୍ଦେଶକ ରଜତ ମୁଖାର୍ଜୀ ଜୟପୁରରେ ନିଜ ଅସୁସ୍ଥତା ସହ ଦୀର୍ଘ ଯୁଦ୍ଧ ପରେ ଆଜି ଦୁନିଆ ଛାଡ଼ିଦେଇଛନ୍ତି। ତୁମକୁ ଶାନ୍ତି ମିଳୁ ରଜତ। ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଆମର ଆଉ କେବେ ବି ଦେଖା ହେବ ନାହିଁ କି ଆମେ ଆଉ କାମ ବିଷୟରେ କଥା ହେଇପାରିବା ନାହିଁ। ଯେଉଁଠାରେ ବି ରୁହନ୍ତୁ ଖୁସି ରେ ରୁହନ୍ତୁ।’

ନିର୍ଦ୍ଦେଶକ ଅନୁଭବ ସିହ୍ନା ମଧ୍ୟ ଟ୍ୱିଟ୍‌ କରି ଲେଖିଛନ୍ତି, ମେର ଆଉ ଜଣେ ବନ୍ଧୁ ସମୟ ପୂର୍ବରୁ ହିଁ ଚାଲିଗଲେ। ନିର୍ଦ୍ଦେଶକ ରଜତ ମୁଖାର୍ଜୀ (‘ପ୍ୟାର୍ ତୁନେ କ୍ୟା କିଆ’, ‘ରୋଡ୍’) ସେ ଗତ କିଛି ମାସ ହେଲା ଜୟପୁରରେ ଥିଲେ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସହ ସଂଘର୍ଷ କରୁଥିଲେ। ସାବଧାନରେ ବନ୍ଧୁ।

ସୂଚନାଯୋଗ୍ୟ,  ରଜତ ବହୁତ କମ୍‌ ବଲିଉଡ୍‌ ଫିଲ୍ମରେ କାମ କରିଥିଲେ। ସେଥିମଧ୍ୟରୁ ‘ପ୍ୟାର୍ ତୁନେ କ୍ୟା କିୟା’ ଓ ‘ରୋଡ୍’ ହିଟ୍ ହୋଇଥିଲା। ‘ପ୍ୟାର୍ ତୁନେ କ୍ୟା କିୟା’ ୨୦୦୧ରେ ରିଲିଜେ ହୋଇଥିଲା ଏଥିରେ ଫରଦ୍ଦିନ ଖାନ୍, ଉର୍ମିଲା ମାଟୋଣ୍ଡକର ଏବଂ ସୋନାଲି କୁଲକର୍ଣ୍ଣି ଏକାଠି କାମ କରିଥିଲେ। ସେହିପରି ୨୦୦୨ରେ ଆସିଥିବା ଫିଲ୍ମ ‘ରୋଡ଼୍’ରେ ବିବେକ ଓବରୋଇଙ୍କୁ ଦେଖିବାକୁ ମିଳିଥିଲା।

The post ବଲିଉଡ୍‌ ନିର୍ଦ୍ଦେଶକ ରଜତ ମୁଖର୍ଜୀଙ୍କର ଦେହାନ୍ତ appeared first on Odisha Reporter.



from Odisha Reporter https://ift.tt/30wHtkm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages