ଐଶ୍ୱର୍ଯ୍ୟାଙ୍କ ଠାରୁ ଦୂରେଇ ରହିବାକୁ ସଞ୍ଜୟଙ୍କୁ ମିଳିଥିଲା ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ଐଶ୍ୱର୍ଯ୍ୟାଙ୍କ ଠାରୁ ଦୂରେଇ ରହିବାକୁ ସଞ୍ଜୟଙ୍କୁ ମିଳିଥିଲା ଚେତାବନୀ

ମୁମ୍ବାଇ: ଉଭୟ ସଞ୍ଜୟ ଦତ୍ତ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ବଲିଉଡ୍‌ର ସଫଳ କଳାକାର। ତେବେ ସଞ୍ଜୟ ଦତ୍ତ ଯେତେବେଳେ ଐଶ୍ୱର୍ଯ୍ୟାଙ୍କୁ ପ୍ରଥମ ଥର ଦେଖିଥିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଐଶ୍ୱର୍ଯ୍ୟାଙ୍କୁ ପ୍ରଥମେ ଏକ ଥଣ୍ଡାପାନୀୟର ବିଜ୍ଞାପନରେ ଦେଖିଥିଲେ ଏବଂ ତାଙ୍କର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଥରେ ଏକ ସାକ୍ଷାତକାରରେ ସଞ୍ଜୟ ଦତ୍ତ ନିଜେ ଏ କଥା କହିଥିଲେ।

ସଞ୍ଜୟ କହିଥିଲେ ଯେ ଐଶ୍ୱର୍ଯ୍ୟାଙ୍କୁ ଦେଖି ତାଙ୍କ ହୋସ୍ ଉଡ଼ିଯାଇଥିଲା। ସେ ସଙ୍ଗେ ସଙ୍ଗେ ପଚାରିଥିଲେ ଯେ ଏହି ସୁନ୍ଦରୀ ଝିଅଟି କିଏ? ତେବେ ତାଙ୍କର ଦୁଇ ଭଉଣୀ ଐଶ୍ୱର୍ଯ୍ୟାଙ୍କ ଠାରୁ ଦୂରେଇ ରହିବାକୁ ତାଙ୍କୁ ତାଗିଦ୍ କରି ଥିଲେ ବୋଲି ସଞ୍ଜୟ କହିଥିଲେ। କାରଣ ସେତେବେଳେ ସଞ୍ଜୟଙ୍କ ଛବି ଖରାପ ହୋଇସାରିଥିଲା ଓ ତାଙ୍କୁ ବ୍ୟାଡ୍ ବୟର ପରିଚୟ ମିଳିଥିଲା। ଝିଅମାନଙ୍କ ସହିତ ତାଙ୍କର ସଂପର୍କ କଥା ପଦାରେ ପଡ଼ିସାରିଥିଲା।

ସଞ୍ଜୟ କହିଥିଲେ ଯେ ଐଶ୍ୱର୍ଯ୍ୟାଙ୍କୁ ନ ଭେଟିବାକୁ ତାଙ୍କ ଭଉଣୀମାନେ ତାଙ୍କୁ ଚେତାବନୀ ଦେଇଥିଲେ। ଏହା ସହିତ କେବେ ବି ଐଶ୍ୱର୍ଯ୍ୟାଙ୍କୁ ଫୋନ୍ ନ କରିବାକୁ ଓ ଫୁଲ ନ ପଠାଇବାକୁ ସେମାନେ କହିଥିଲେ।

ସୂଚନାଯୋଗ୍ୟ, ‘ଶବ୍ଦ’ ଓ ‘ହମ୍ କିସି ସେ କମ୍ ନହିଁ’ ଫିଲ୍ମରେ ସଞ୍ଜୟ ଓ ଐଶ୍ୱର୍ଯ୍ୟା ଏକାଠି କାମ କରିଛନ୍ତି।

The post ଐଶ୍ୱର୍ଯ୍ୟାଙ୍କ ଠାରୁ ଦୂରେଇ ରହିବାକୁ ସଞ୍ଜୟଙ୍କୁ ମିଳିଥିଲା ଚେତାବନୀ appeared first on Odisha Reporter.



from Odisha Reporter https://ift.tt/315lKjG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages