ମାଲକାନିଗିରି(ଜିତେନ୍ଦ୍ର ବେଉରା): ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନକ୍ସଲମାନେ ପାଳନ କରିଛନ୍ତି ସହିଦ ସପ୍ତାହ। ନିଜର ପତିଆରା ଜାହିର କରିବାକୁ ବିରାଟ ଆୟୋଜନ କରିବାକୁ ବି ପଛାଇ ନାହାନ୍ତି ସେମାନେ। ଶହ ଶହ ସଂଖ୍ୟାରେ ଲୋକ ଏଥିରେ ସାମିଲ ହୋଇ ସରକାର ବିରୋଧୀ ନାରା ଦେଇଥିଲେ । ଏଥିସହ ଖୁଲମଖୁଲା କରୋନା କଟକଣାକୁ ଖାତିର କରି ନ ଥିଲେ। ମାସ୍କ ପିନ୍ଧି ନ ଥିବା ବେଳେ ସାମାଜିକ ଦୂରତାକୁ ବି ମାନି ନ ଥିଲେ। । ଏହା ଏବେ ସ୍ଥାନୀୟ ପ୍ରଶାସନର ଚିନ୍ତାର କାରଣ ପାଲଟିଛି।
ସ୍ୱାଭିମାନ ଅଞ୍ଚଳରେ ପୁଲିସ୍ର ଘନ ଘନ ଚଢ଼ଉ ସତ୍ୱେ ନକ୍ସଲମାନେ ଗତ ୨୮ ତାରିଖରୁ ସହିଦ ସପ୍ତାହ ପାଳନ କରୁଛନ୍ତି । ପୁଲିସ୍ ଗୁଳିରେ ଆଖି ବୁଜିଥିବା କମ୍ରେଡ଼ଙ୍କ ସ୍ମୃତିଚାରଣ କରିବା ସହ ଲାଲ ପତାକା ଧରି ରାଲିରେ ସାମିଲ ହୋଇଥିଲେ। ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ସରକାର ଓ ପୁଲିସ୍ର ଅତ୍ୟାଚାର ବିରୋଧୀ ସ୍ଲୋଗାନ ଦେଇଥିଲେ । ସହୀଦ ସ୍ତମ୍ଭ ନିକଟରେ ସହିଦଙ୍କୁ ମନେ ପକାଇବା ସହ ଆଦିବାସୀ ଭାଷାରେ ଗୀତ ଗାଇଥିଲେ ।
ତେବେ କରୋନା ଭଳି ମହାମାରୀ ସମୟରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେବାକୁ ନେଇ ଶଙ୍କା ଉପୁଜିଛି। ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସହିଦ ସପ୍ତାହ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପାଳନ ହେବ ବୋଲି ସୂଚନା ମିଳିଛି।
The post ନକ୍ସଲ ପାଳିଲେ ସହିଦ ସପ୍ତାହ; କରୋନା କଟକଣାକୁ ଫୁ appeared first on Odisha Reporter.
from Odisha Reporter https://ift.tt/3jYFGgA
No comments:
Post a Comment