ଆଜିଠୁ ନବରଙ୍ଗପୁର ଶଟଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 31, 2020

ଆଜିଠୁ ନବରଙ୍ଗପୁର ଶଟଡାଉନ୍‌

ନବରଙ୍ଗପୁର( ନବଘନ ସାହୁ): ନବରଙ୍ଗପୁର ଜିଲ୍ଲାରେ ଆଜି ସକାଳ ୫ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟଡାଉନ୍ ଘୋଷଣା କରାଯାଇଛି।  ଜିଲ୍ଲାରେ ଗତକାଲି ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ଘୋଷଣା କରିଛନ୍ତି ।

ଏହାସହ ଉମରକୋଟ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଜିଠାରୁ ଆସନ୍ତା ୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟଡାଉନ୍ ନିଷ୍ପତ୍ତି ନିଆଯାଇଛି । ନବରଙ୍ଗପୁର ଜିଲ୍ଲାର ୫ଟି ବ୍ଲକ କୋଷାଗୁମୁଡା, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିଭଳି ନବରଙ୍ଗପୁର ପୌରପାଳିକାର ୫ଟି  ଓ ଉମରକୋଟ ମ୍ୟୁନିସିପାଲିଟିର ୨ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଜିଲାରେ ବର୍ତ୍ତମାନ ସୁଦ୍ଧା ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୪ଟି ଆକ୍ଟିଭ କେସ୍ ରହିଛି ।

The post ଆଜିଠୁ ନବରଙ୍ଗପୁର ଶଟଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/2DmrEof

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages