ଗଞ୍ଜାମ ଜିଲ୍ଲାରେ ଗାଡ଼ି ଚଳାଚଳ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ଗଞ୍ଜାମ ଜିଲ୍ଲାରେ ଗାଡ଼ି ଚଳାଚଳ ମନା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏହା ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେଥିପାଇଁ ଜିଲ୍ଲାରେ କରୋନା  କଟକଣାକୁ ଆହୁରି  କଡ଼ାକଡ଼ି କରାଯାଇଛି।

କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ ମନା କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ କେବଳ କୃଷି, ମାଲ ପରିବହନ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବହୃତ ଗାଡ଼ିକୁ ଅନୁମତି ମିଳିବ। ଲୋକମାନେ ନିଜ ଘରଠାରୁ ଏକ କିଲୋମିଟରରୁ ଅଧିକ ଦୂର ଯିବାକୁ ବାରଣ କରାଯାଇଛି। ବରିଷ୍ଠ ନାଗରିକମାନେ ଘରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ଦୁଇ ଚକିଆ ଗାଡ଼ି ଚାଳନା ପାଇଁ ଅନୁମତିପ୍ରାପ୍ତ ଆଇକାର୍ଡ ଜରୁରୀ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ଜନସାଧାରଣଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ ।

The post ଗଞ୍ଜାମ ଜିଲ୍ଲାରେ ଗାଡ଼ି ଚଳାଚଳ ମନା appeared first on Odisha Reporter.



from Odisha Reporter https://ift.tt/38jsFZG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages