କରୋନା ନେଲା ଆଉ ୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ  କରୋନା ନେଲା ଆଉ ୨ ଜୀବନ। ଫଳରେ ରାଜ୍ୟରେ ଏ ଯାବତ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ମୃତକଦ୍ୱୟ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅନୁଗୋଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି। ଅନୁଗୁଳରେ ଏହା ପ୍ରଥମ କରୋନାଜନିତ ମୃତ୍ୟୁ  ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଲା।

ଗଞ୍ଜାମରେ କରୋନା ଯୋଗୁ ଆଖି ବୁଜିଥିବା ବ୍ୟକ୍ତିଙ୍କ ବୟସ ୪୯ ବର୍ଷ ହୋଇଥିବା ବେଳେ ଅନୁଗୁଳରେ ମୃତକଙ୍କ ବୟସ ୫୭ ବର୍ଷ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ ଛୁଇଁଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ କି ୨୧୫୭ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହାବ୍ୟତୀତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି।

The post କରୋନା ନେଲା ଆଉ ୨ ଜୀବନ appeared first on Odisha Reporter.



from Odisha Reporter https://ift.tt/2CTHvdE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages