ଘରେ ନ ରହି ସମୁଦ୍ର କୂଳରେ ବୁଲୁଥିଲେ ପ୍ରବାସୀ, ଧରା ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 13, 2020

ଘରେ ନ ରହି ସମୁଦ୍ର କୂଳରେ ବୁଲୁଥିଲେ ପ୍ରବାସୀ, ଧରା ପଡ଼ିଗଲେ

ପୁରୀ(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନାରୁ ଫେରି ହୋମ୍‌ କ୍ୱାରେଣ୍ଟିନରେ ଥିଲେ ଯୁବକ। କିନ୍ତୁ ଅମାନିଆ ମନ ଘରେ ଲାଗୁ ନ ଥିଲା। ପ୍ରଶାସନ କଟକଣାକୁ ବି ଖାତିର ନ ଥିଲା।  ଫଳରେ ଲୁଚା ଚୋରାରେ ବିଭିନ୍ନ ଆଡ଼େ ବୁଲୁଥିଲେ । ଶେଷରେ ସମୁଦ୍ର କୂଳରେ ବୁଲୁଥିବା ବେଳେ ଧରା ପଡ଼ିଗଲେ ପ୍ରବାସୀ। ତା’ ପରେ କ୍ୱାରେଣ୍ଟାଇନ୍‌ ନିୟମ ଭଙ୍ଗ ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ଜିଲ୍ଲା ପ୍ରଶାସନ।

ସୂଚନା ମୁତାବକ, ଯୁବକଜଣକ ତେଲେଙ୍ଗାନାରୁ ଫେରି ହୋମ୍‌ କ୍ୱାରେଣ୍ଟିନରେ ଥିଲେ । ତେବେ ଗତକାଲି କୋଭିଡ ୧୯ ନୋଡାଲ ଅଫିସର ତାଙ୍କ ଘରକୁ କ୍ୱାରେଣ୍ଟାଇନ୍‌ ଷ୍ଟିକର ମାରିବାକୁ ଯାଇଥିବା ବେଳେ ସେ ଘରେ ନଥିଲେ । ସେ ସମୁଦ୍ରକୂଳରେ ବୁଲୁଥିବା ଖବର ମିଳିଥିଲା। ବାହାର ରାଜ୍ୟରୁ ଫେରି ଯୁବକ ଜଣକ କ୍ୱାରେଣ୍ଟାଇନ୍‌ ନିୟମ ଭାଙ୍ଗି ସହରରେ ବୁଲୁଥିବାରୁ ତାଙ୍କ ବିରୋଧରେ ମହାମାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ଏବେ ପେଡ୍ କ୍ୱାରେଣ୍ଟାଇନ୍‌ରେ ଛଡ଼ାଯାଇଛି ।

କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୂପ ନେଉଥିବା ବେଳେ ଚେତୁ ନାହାନ୍ତି ଲୋକେ। କୋଭିଡ ନିୟମ ଭାଙ୍ଗି ନିଜ ସମେତ ଅନ୍ୟମାନଙ୍କ ପାଇଁ ଅସୁବିଧା ଡାକି ଆଣୁଛନ୍ତି।

The post ଘରେ ନ ରହି ସମୁଦ୍ର କୂଳରେ ବୁଲୁଥିଲେ ପ୍ରବାସୀ, ଧରା ପଡ଼ିଗଲେ appeared first on Odisha Reporter.



from Odisha Reporter https://ift.tt/2B1oplu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages