ନ୍ୟୁୟର୍କ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ କହିଛନ୍ତି, ବିଶ୍ୱରେ କୋଭିଡ-୧୯ ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି। ସ୍ଥିତିରେ ସୁଧାର ପାଇଁ ସମୟ ଲାଗିବ। ସୋମବାର ଭିଡିଓ କନଫରେନସ ଜରିଆରେ ସେ କହିଛନ୍ତି। ୟୁରୋପ ଏବଂ ଏସିଆରେ କିଛି ଦେଶ କରୋନାକୁ ଦୂର କରିଛନ୍ତି। ହେଲେ ଆଉ କିଛି ଦେଶର ଭୁଲ ରଣନୀତି ପାଇଁ ସଂପୃକ୍ତ ଦେଶ ମାନଙ୍କରେ ସ୍ଥିତିରେ ସୁଧାର ଆସୁନାହିଁ। ତେବେ କୌଣସି ରାଜନୀତିକ ବ୍ୟକ୍ତିଙ୍କ ନାମ ନନେଇ ପରୋକ୍ଷରେ ଟେଡ୍ରୋସ କହିଛନ୍ତି, ନେତା ମାନେ କରୋନାକୁ ନେଇ ଅର୍ଦ୍ଧସତ୍ୟ କହୁଛନ୍ତି। ଯାହାକି ସ୍ଥିତିକୁ ଆହୁରି ଜଟିଳ କରୁଛି।
ସୂଚନାଯୋଗ୍ୟ, ଜନ୍ ହପିକନ୍ସ ବିଶ୍ୱବିଦ୍ୟାଳୟର ଆକଳନ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୧,୩୦,୬୦,୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ କେବଳ ଆମେରିକାରେ ୩୩,୬୧,୦୪୨ ସଂକ୍ରମିତ ରହିଛନ୍ତି।
ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ କରୋନାର ଉତ୍ପତ୍ତି ବାବଦରେ ଜାଣିବା ପାଇଁ ଚୀନ୍ ଗସ୍ତରେ ରହିଛନ୍ତି। ପ୍ରଥମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ ଚୀନ୍ ଗସ୍ତ କରିବ ବୋଲି ସୂଚନା ଦେଇଥିଲା। ଏହାପରେ ଚୀନ ମଧ୍ୟ ତଦନ୍ତ ପାଇଁ ପୂର୍ବ ନିଷ୍ପତ୍ତିରୁ ଓହରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମକୁ ସ୍ୱାଗତ କରିଛି।
କରୋନା ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଏହାର ମୁଖ୍ୟ ଟେଡ୍ରୋସ ପକ୍ଷ ପାତିତା କରୁଥିବା ଅଭିଯୋଗ ଆଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାପରେ ଆମେରିକା ଏହି ସଂଗଠନର ଓହରିବ ବୋଲି ନିଷ୍ପତ୍ତି ନେଇଛି। ଏଥିପାଇଁ ଆଗୁଆ ବର୍ଷେ ନୋଟିସ୍ ଦେଇଛି। ୨୦୨୧ ଜୁଲାଇରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିବ ବୋଲି ଜଣାପଡ଼ିଛି।
The post କରୋନା ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି: WHO appeared first on Odisha Reporter.
from Odisha Reporter https://ift.tt/2Zo12M9
No comments:
Post a Comment