ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଅନଲାଇନ୍ କ୍ଲାସ୍। ଏନେଇ ସବୁ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରିବାକୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ । ଏହାଛଡ଼ା ଅଗଷ୍ଟ ୩୧ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀରେ ଶିକ୍ଷାନୁଷ୍ଠାନ ଚଳାଇବାକୁ କୁହାଯାଇଛି । ତେବେ ଏହି ସମୟ ମଧ୍ୟରେ କ୍ଲାସ୍ ରୁମ ପାଠପଢା ପାଇଁ ଅନୁମତି ଦିଆଯାଇନାହିଁ।
ସବୁ ଶିକ୍ଷାନୁଷ୍ଠାନରେ ହେଲ୍ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି । ପିଲାମାନେ ଲାଇବ୍ରେରୀରୁ ଯେପରି ବହି ନେଇ ପଢ଼ି ପାରିବେ ସେ ବ୍ୟବସ୍ଥା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ଅଛି। କରୋନା ଭାଇରସ ମହାମାରୀକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।
The post ଜୁଲାଇ ୧୩ରୁ ଅନଲାଇନ୍ କ୍ଲାସ୍ appeared first on Odisha Reporter.
from Odisha Reporter https://ift.tt/2CTeK0G
No comments:
Post a Comment