ନୂଆଦିଲ୍ଲୀ: ରାଜସ୍ଥାନ ସରକାରକୁ ଭାଙ୍ଗିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦର ସିଂହ ଶେଖାୱତ ଚେଷ୍ଟା କରୁଥିବା ଭାଇରାଲ ହୋଇଥିବା ଅଡିଓ ଟେପରୁ ସ୍ପଷ୍ଟ ହୋଇଛି ବୋଲି କଂଗ୍ରେସ ଦାବି କରିଛି। ତେବେ କଂଗ୍ରେସର ଏହି ଅଭିଯୋଗ ଉପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଶେଖାୱତ।
ସେ କହିଛନ୍ତି ଯେ ରାଜସ୍ଥାନ କଂଗ୍ରେସ ପକ୍ଷରୁ ବିକୃତ କରି ଏକ ଅଡିଓ ଟେପ୍ ଜାରି କରାଯାଇଛି। ଏହା ପଛରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାତ ରହିଛି। ୨୦୧୯ରେ ତାଙ୍କ ପୁଅ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିଲେ। ଏହାର ବଦଲା ନେବା ପାଇଁ ସେ ଏଭଳି ଏକ ଅଡିଓ ଟେପ୍ ଜାରି କରିଥିବା ଶ୍ରୀ ଶେଖାୱତ ଅଭିଯୋଗ କରିଛନ୍ତି।
ଗତବର୍ଷ ଲୋକସଭା ନିର୍ବାଚନ ବେଳେ ଯୋଧପୁର ଆସନରୁ ଶେଖାୱତ ବିଜୟୀ ହୋଇଥିଲେ। ସେ ଗେହଲଟଙ୍କ ପୁଅ ବୈଭବଙ୍କୁ ୨.୨୭ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏ ସମ୍ପର୍କରେ ଶେଖାୱତ କହିଛନ୍ତି, “ଅଡିଓ ଟେପକୁ ବିକୃତ କରି ମୋ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି। ଅଡିଓ ଟେପ୍ରେ ଥିବା ଭୟସ ମୋର ନୁହେଁ। କଂଗ୍ରେସ କେବଳ ହଟଚମଟ ସୃଷ୍ଟି କରିବା ପାଇଁ ଏଭଳି କରିଛି।
ସେହିପରି ଏହି ଅଡିଓ ଟେପ୍ କେମିତି ରେକର୍ଡିଂ ହେଲା ଓ କିଏ ସୋଶାଲ ମିଡିଆରେ ପୋଷ୍ଟ କଲା, ସେକଥା ମଧ୍ୟ କଂଗ୍ରେସ ସରକାର ଜାଣିବା ପାଇଁ ଚେଷ୍ଟା କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ନିର୍ଦ୍ଦେଶରେ ଏସବୁ କରାଯାଉଛି। ସେ ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ସେ କେନ୍ଦ୍ରମନ୍ତ୍ରୀଙ୍କୁ ବଦନାମ କରିପାରୁ ଥିବାରୁ ବିଧାୟକମାନଙ୍କୁ ମଧ୍ୟ ମିଛ କେସ୍ରେ ଫସାଇବାର ବାର୍ତ୍ତା ଦେବାକୁ ଚାହିଁଛନ୍ତି। ତେଣୁ ଏହା ତାଙ୍କର ମନଗଡ଼ା କାହାଣୀ।”
The post ଅଡିଓ ଟେପ୍ ଭାଇରାଲ ମାମଲାରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3eJ6Qo6
No comments:
Post a Comment