ପାରଳାଖେମୁଣ୍ଡି/ଭଦ୍ରକ/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପ୍ରଶାସନ ପକ୍ଷରୁ ସଂକ୍ରମଣକୁ ରୋକିବା ପାଇ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଗଜପତି ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌରାଞ୍ଚଳକୁ ଆଉ ୭ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି।
ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁ ଥିବାରୁ ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଜିଲ୍ଲାପାଳ ଅନୁପମ ସାହା ଲକ୍ଡାଉନ୍ ଘୋଷଣା କରିଛନ୍ତି। ଆସନ୍ତାକାଲିଠୁ ଜୁଲାଇ ୩୧ ତାରିଖ ଯାଏ ପାରଳାଖେମୁଣ୍ଡି ମ୍ୟୁନିସିପାଲଟି, କାଶୀନଗର ଏନଏସି ଏବଂ ଜିଲ୍ଲାର ୭ଟି ବ୍ଲକର ହେଡ୍କ୍ୱାର୍ଟର୍ସରେ ଲକଡାଉନ ବଳବତ୍ତର ରହିବ। ଏହା ସହିତ ୭ଟି ପଞ୍ଚାୟତ ମଧ୍ୟ ଲକ୍ଡାଉନ୍ ରହିବ। ସମସ୍ତ ବ୍ଲକ୍ ମୁଖ୍ୟାଳୟ ଏବଂ ସହରାଞ୍ଚଳରେ ସକାଳ ୭ଟା ରୁ ଦିନ ୨ଟା ଯାଏ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। ବାକି ସମସ୍ତ ଦୋକାନ ବଜାର ବନ୍ଦ ରଖିବ ବୋଲି ଗଜପତି ଜିଲ୍ଲାପାଳ କହିଛନ୍ତି।
ସେହିପରି ଆସନ୍ତାକାଲିଠୁ ଶୁକ୍ରବାର ପର୍ଯ୍ୟନ୍ତ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍ଏସିକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ତା’ସହିତ ସପ୍ତାହାନ୍ତ ଶଟଡାଉନ୍ ବଳବତ୍ତର ରହିବ। ଲକ୍ଡାଉନ ବେଳେ ସକାଳ ୫ରୁ ଦିନ ୧ଟା ଯାଏ ଦୋକାନ, ବଜାର ଖୋଲା ରହିବ।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌରାଞ୍ଚଳ ଆଉ ୭ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଗତକାଲିଠୁ ୭ ଦିନ ଯାଏ ଏହି ଅଞ୍ଚଳ ଶଟଡାଉନ୍ ରହିବ। କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଜିଲ୍ଲାପାଳ ଶଟ୍ଡାଉନ୍ ନିର୍ଦ୍ଦେଶ ଦେଇଛନ୍ତି।
The post କାଲିଠୁ ଏହିସବୁ ଅଞ୍ଚଳ ହେବ ଲକ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/399sGzT
No comments:
Post a Comment